ବିରାଟଙ୍କ ପୋଷ୍ଟ ଦେଖି ଛାଡ଼ପତ୍ର ଘୋଷଣା ବୋଲି ଭାବିଦେଲେ ପ୍ରଶଂସକ

ନିକଟରେ ବିରାଟ କୋହଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ। ଯାହାକୁ ତାଙ୍କ ପ୍ରଶଂସକମାନେ ଛାଡ଼ପତ୍ର ଘୋଷଣା ବୋଲି ଭାବି ଦେଇଥିଲେ | ପୋଷ୍ଟର ଆରମ୍ଭ ଯେଉଁଭଳି ଭାବେ ସେ କରିଥିଲେ ତାହା କିଛି ସମୟ ପାଇଁ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଥିଲା

tviratko

ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟ କୋହଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ସେ ପ୍ରତିଦିନ ନିଜ ପ୍ରଶଂସକଙ୍କ ପାଇଁ କିଛି ନା କିଛି ପୋଷ୍ଟ ସେୟାର କରନ୍ତି | ବୁଧବାର ସକାଳେ ବିରାଟ ଏକ ପୋଷ୍ଟ ସେୟାର କରିଥିଲେ ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଡରି ଯାଇଥିଲେ। ପ୍ରଶଂସକମାନେ ଭାବି ନେଇଥିଲେ ଯେ, ବିରାଟ ଛାଡପତ୍ର ଘୋଷଣା କରିବା ପାଇଁ ଏହି ପୋଷ୍ଟ କରିଛନ୍ତି। ମଙ୍ଗଳବାର ରାତିରେ ଏଆର ରହମାନଙ୍କ ପତ୍ନୀ ସାଇରା ଛାଡ଼ପତ୍ର ବିଷୟରେ ଘୋଷଣା କରିଥିବା ବେଳେ ବୁଧବାର ସକାଳୁ ବିରାଟଙ୍କ ଏଭଳି ପୋଷ୍ଟ ସମସ୍ତଙ୍କୁ କିଛି ସମୟ ପାଇଁ ଛୋଟ ହୃଦଘାତ ଦେଇଥିଲା |

ବିରାଟ କୋହଲି ତାଙ୍କ ବ୍ରାଣ୍ଡକୁ ୧୦ବର୍ଷ ପୂରଣ ହୋଇଥିବାରୁ ଅଭିନନ୍ଦନ ଜଣାଇ ଏହି ପୋଷ୍ଟ କରିଥିଲେ। କିନ୍ତୁ ପୋଷ୍ଟର ଆରମ୍ଭ ଯେଉଁଭଳି ଭାବେ ସେ କରିଥିଲେ ତାହା କିଛି ସମୟ ପାଇଁ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଥିଲା | ବିରାଟ ନିଜ ପୋଷ୍ଟରେ ଲେଖିଥିଲେ ଯେ, "ପଛକୁ ଚାହିଁ ଯଦି ଦେଖିବା ତେବେ ଆମେ ସବୁବେଳେ ଟିକିଏ ଅଲଗା ରହିଥିଲେ | ସେମାନେ ଆମକୁ ଏକ ବକ୍ସ ଭିତରେ ରଖିବାକୁ ଚେଷ୍ଟା କରିଥିଲେ ବି ଆମେ କେବେବି ଫିଟ୍ ହୋଇନଥିଲେ | ଆମେ ସମୟ ସହ ବଦଳିଥିଲେ | କିନ୍ତୁ ସବୁବେଳେ ନିଜ ହିସାବରେ କାମ କରିଥିଲେ | ୧୦ବର୍ଷର ଉତଥାନ-ପତନ, କରୋନା ମହାମାରୀ ବି ଆମକୁ ଦୋହଲାଇ ପାରିନଥିଲା | ଏଭଳି ଲେଖିବା ପରେ ସେ ନିଜ ବ୍ରାଣ୍ଡକୁ ଅଭିନନ୍ଦନ ଜଣାଇଥିଲେ |"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe