ନୂଆଦିଲ୍ଲୀ: ନିକଟରେ ଭାରତ ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟ୍ରଫି ଜିତିଛି। ଟିମ୍ ଇଣ୍ଡିଆର ଏହି ଐତିହାସିକ ବିଜୟକୁ ସମଗ୍ର ଦେଶ ପାଳନ କରୁଛି। କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତୁରନ୍ତ ତାଙ୍କ ସ୍ୱାମୀଙ୍କ ପାଇଁ ଗର୍ବିତ ଥିବା ଲେଖି ଏକ ପୋଷ୍ଟ କରିଥିବା ଦେଖାଯାଇଛି। ପତ୍ନୀଙ୍କ ପରେ ବର୍ତ୍ତମାନ ଏକ ପୋଷ୍ଟ ସେୟାର କରି ବିରାଟ ତାଙ୍କ ପତ୍ନୀ ଅନୁଷ୍କାଙ୍କୁ ବିଜୟ ପାଇଁ ଶ୍ରେୟ ଦେଇଛନ୍ତି।
ଭାରତୀୟ କ୍ରିକେଟ୍ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ରନରେ ପରାସ୍ତ କରି ଟି-୨୦ ବିଶ୍ୱକପ ଜିତିଥିଲା ​। ଏହି ବିଜୟ ପରେ ବିରାଟ ଏବେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଏହା ବ୍ୟତୀତ ସୋସିଆଲ ମିଡିଆରେ ଭାରତର ବିଜୟକୁ ତାଙ୍କ ପତ୍ନୀ ଅନୁଷ୍କାଙ୍କ ନାମରେ କରି ଏକ ସୁନ୍ଦର ପୋଷ୍ଟ କରିଛନ୍ତି। ବିରାଟ ଲେଖିଛନ୍ତି, “ତୁମ ବିନା ଏହା ମଧ୍ୟରୁ କୌଣସିଟି ସମ୍ଭବ ନଥିଲା। ତୁମେ ମୋତେ ନମ୍ର ରହିବା ଶିଖାଇବା ସହ ସଚ୍ଚୋଟତାର ସହିତ ଭୁଲ-ଠିକ ଜଣାଇଥିଲ। ଏହା ପାଇଁ ମୁଁ କୃତଜ୍ଞ। ଏହି ବିଜୟ ଯେତିକି ମୋର ସେତିକି ତୁମର। ଧନ୍ୟବାଦ ଏବଂ ମୁଁ ତୁମକୁ ଭଲ ପାଏ ଅନୁଷ୍କା। ”
Follow Us