ଅହମଦାବାଦ: ଲଗାତାର ୬ ମ୍ୟାଚ୍ ଜିତି ପ୍ଲେଅଫ୍କୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଆଇପିଏଲ୍ରୁ ଏଲିମିନେଟ୍ ହୋଇଛି। ବୁଧବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍ରେ ଆର୍ସିବିକୁ ହରାଇ କ୍ବାଲିଫାୟର-୨ରେ ପହଞ୍ଚିଛି। ତା ସହ ଚାରି ମ୍ୟାଚ୍ ପରାଜୟ ଧାରାରେ ବ୍ରେକ୍ ଲଗାଇଛି। ଫଳରେ ଆର୍ସିବି ଓ ବିରାଟ କୋହଲିଙ୍କ ଆଇପିଏଲ୍ ଟ୍ରଫି ଜିତିବା ସ୍ବପ୍ନ ପୁଣି ଥରେ ଅଧୁରା ରହିଯାଇଛି।
କୋହଲିଙ୍କ ଟ୍ରଫି ଜିତିବାର ସ୍ବପ୍ନ ଭାଙ୍ଗିବା ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ବି ଭାଙ୍ଗିଯାଇଛି। ତେବେ ମ୍ୟାଚ୍ ହାରିବା ପରେ ଡ୍ରେସିଂ ରୁମରେ ଖେଳାଳିଙ୍କ ମନୋଭାବ କିଭଳି ଥିଲା ତାହା ଜଣାଇଛି ଆରସିବି। ଏକ୍ସରେ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ମ୍ୟାଚ୍ ହାରିବା ପରେ କାହାର କିଭଳି ପ୍ରତିକ୍ରିୟା ରହିଥିଲା ତାହା ଦେଖାଯାଇଛି। ଭିଡିଓ ଆରମ୍ଭରୁ ଆରସିବି ଅଧିନାୟକ ଫାପ୍ଡୁ ପ୍ଲେସିସ୍ କବାଟରେ ହାତ ବାଡାଇ ଭିତରକୁ ଯାଉଥିବା ବେଳେ ବିରାଟ ଫୋନ ଦେଖୁଛନ୍ତି। ଏହା ସହ ଅନ୍ୟ ଖେଳାଳି ମନ ଦୁଃଖରେ ବସିଥିବା ଭିଡିଓରେ ଦେଖିବାକୁ ମିଳିଛି।
ଏହା ସହ ବିରାଟ, ଫାପ୍ ଓ ଅନ୍ୟ ଖେଳାଳିମାନେ ଏହି ସିଜିନରେ ସେମାନଙ୍କ ଯାତ୍ରା କିଭଳି ଥିଲା ତାହା ଜଣାଉଥିବା ଭିଡିଓରେ ଦେଖାଯାଇଛି।
Follow Us