ବିଶ୍ୱକପ୍‌: କୋହଲିଙ୍କ ଅର୍ଦ୍ଧଶତକ, ଟିମ୍‌ ଇଣ୍ଡିଆର ବ୍ୟାଟିଂ ଜାରି, ସ୍କୋର ୧୫୦/୪

Advertisment
ବିଶ୍ୱକପ୍‌: କୋହଲିଙ୍କ ଅର୍ଦ୍ଧଶତକ, ଟିମ୍‌ ଇଣ୍ଡିଆର ବ୍ୟାଟିଂ ଜାରି, ସ୍କୋର ୧୫୦/୪

ମଂଚେଷ୍ଟର: ଆଇସିସି ବିଶ୍ୱକପ୍‌ର ୩୪ତମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଗୁରୁବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ମଚେଂଷ୍ଟରସ୍ଥିତ ଇମିରେଟସ୍‌ ଓଲଡ୍‌ ଟ୍ରାଫୋର୍ଡ ଷ୍ଟାଡିୟମ୍‌ରେ କୋହଲି ଧୈର୍ଯ୍ୟତାର ସହିତ ବ୍ୟାଟିଂ କରି ଏହି କୃତିତ୍ୱ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ରିପୋର୍ଟ ଲେଖାଯିବା ବେଳକୁ ଟିମ୍‌ ଇଣ୍ଡିଆନ ୩୧ ଓଭର ଶେଷ ପରେ ୪ଟି ଓ୍ଵିକେଟ ହରାଇ ୧୫୦ ରନ୍‌ କରିଛି। ଟିମ୍‌ ଇଣ୍ଡିଆ ରୋହିତ ଶର୍ମା, ଲୋକେଶ ରାହୁଲ, ବିଜୟ ଶଙ୍କର ଓ କେଦାର ଯାଦବଙ୍କୁ ହରାଇଛି।

ଲାରା-ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

କ୍ୟାପଟେନ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୭ ରନ୍‌ କରିବା ସହ ବିଶ୍ୱରେକର୍ଡ ହାସଲ କରିଛନ୍ତି। ସେ ଦୁଇ ପୂର୍ବତନ କ୍ରିକେଟର ବ୍ରାଏନ ଲାରା ଓ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅର୍ନ୍ତଜାତୀୟ କ୍ରିକେଟରେ ଦ୍ରୁତ ୨୦ ହଜାର ରନ୍‌ ସଂଗ୍ରହ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି।

କୋହଲିଙ୍କୁ ୨୦ ହଜାର ରନ୍‌ ପୂରଣ କରିବା ପାଇଁ ଆଜିର ଇନିଂସରୁ ୩୭ ରନ୍‌ ଦରକାର ପଡୁଥିବା ବେଳେ, ସେ ଏହା ସହଜରେ ହାସଲ କରିଛନ୍ତି। ନିକଟରେ କୋହଲି ଦିନିକିଆରେ ୧୧ ହଜାର ରନ୍‌ ପୂରଣ କରିଥିଲେ। କୋହଲି ପୂର୍ବରୁ ଦିନିକିଆ, ଟେଷ୍ଟ ଓ ଅନ୍ତର୍ଜାତୀୟ ଟି-୨୦ରେ ୧୯,୯୬୩ ରନ୍‌ କରିଥିଲେ। ୨୦ ହଜାର ରନ୍‌ ପୂରଣ କରିବା ସହିତ କୋହଲି ବିଶ୍ୱର ଶ୍ରେଷ୍ଠ ୧୨ ଜଣ ବ୍ୟାଟସ୍‌ମ୍ୟାନ ତାଲିକାରେ ସ୍ଥାନ ପାଇଛନ୍ତି। କୋହଲିଙ୍କ ପୂର୍ବରୁ ଭାରତରୁ ସଚିନ ତେନ୍ଦୁଲକର ୩୪,୩୫୭ ରନ୍‌ ଓ ରାହୁଲ ଦ୍ରାବିଡ ୨୪,୨୦୮ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe