କୋହଲିଙ୍କ ପ୍ରଦର୍ଶନ ସାରା ବିଶ୍ବର ଯୁବ କ୍ରିକେଟରଙ୍କୁ ପ୍ରେରଣା ଦେବ: ରବି ଶାସ୍ତ୍ରୀ

Advertisment
ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଆଶଙ୍କା

Hindustan Times

ନୂଆଦିଲ୍ଲୀ : ବିଶ୍ବକପ୍ କ୍ରିକେଟ୍‌ ସେମିଫାଇନାଲ ମ୍ୟାଚ୍‌କୁ ଛାଡ଼ିଦେଲେ ୨୦୧୯ ବର୍ଷରେ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଦଳର ଆଧିପତ୍ୟ ଦେଖିବାକୁ ମିଳିଥିଲା। ବିଶେଷ କରି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ଅତୁଳନୀୟ ଥିଲା କହିଲେ ଭୁଲ ହେବନାହିଁ। ବିରାଟ ଦିନକୁ ଦିନ ଉନ୍ନତି କରି ଚାଲିଛନ୍ତି ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି। ବିରାଟଙ୍କ ପ୍ରଦର୍ଶନ ଯୁବ କ୍ରିକେଟର୍‌ଙ୍କ ଉପରେ ପ୍ରଭାବ ପକାଇବ କି? ପ୍ରଶ୍ନର ଉତ୍ତରରେ ଶାସ୍ତ୍ରୀ କହିଛନ୍ତି, କେବଳ ଭାରତ ନୁହେଁ, ଟେଷ୍ଟ୍ କ୍ରିକେଟରେ ସାରା ବିଶ୍ବକୁ ବିରାଟଙ୍କ ପ୍ରଦର୍ଶନ ପ୍ରଭାବ ପକାଇବ। ଟେଷ୍ଟ୍ କ୍ରିକେଟ୍‌ର ଆହ୍ବାନକୁ କୋହଲି ପ୍ରକୃତ ଆହ୍ବାନ ବୋଲି ମାନିଥାନ୍ତି। ଭାରତ କ୍ରିକେଟର୍ ସବୁଠାରୁ ଲମ୍ବା ଫର୍ମାଟ (ଟେ‌ଷ୍ଟ୍‌)ର ଶୀର୍ଷରେ ରହିବା ଉଭୟ ବିରାଟ ଓ ମୋର ଲକ୍ଷ୍ୟ ବୋଲି ଶାସ୍ତ୍ରୀ କହିଛନ୍ତି। ଟେଷ୍ଟ୍ କ୍ରିକେଟ୍‌କୁ ବିରାଟ ସବୁଠାରୁ ଅଧିକ ପସନ୍ଦ କରୁଥିବା ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe