ଚାମ୍ପିଅନ ହେବା ପରେ ଅନୁଷ୍କାଙ୍କ ହାତରେ ହାତ ଛନ୍ଦି ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ବିରାଟ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚ ଶେଷ ହେବାପରେ ପୂରା ଦଳ ଅହମ୍ମଦାବାଦରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

virushkaaa

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦୀର୍ଘ ୧୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଇତିହାସ ସୃଷ୍ଟି କରିଛି। 

ମ୍ୟାଚ୍ ଜିତିବା ପରେ ବିରାଟ କୋହଲି ନିଜର ଆଖିର ଲୁହକୁ ଅଟକାଇ ପାରି ନଥିଲେ। ପଡ଼ିଆରେ ସେ କାନ୍ଦି ପକାଇଥିଲେ। ବିରାଟଙ୍କୁ ଏପରି ଭାବପ୍ରବଣ ହେବା ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଭାବବିହ୍ବୋଳ ହୋଇ ପଡ଼ିଥିଲେ। 

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅହମ୍ମଦାବାଦ ରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚ ଶେଷ ହେବାପରେ ପୂରା ଦଳ ଅହମ୍ମଦାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ପୂରା ଦଳ ସହିତ ଅହମ୍ମଦାବାଦ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଉଭୟ କାଜୁଆଲ୍ ଲୁକରେ ନଜର ଆସିଥିଲେ । 

ଏହି ସମୟରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ମୁହଁରେ ଏକ ଭିନ୍ନ ଖୁସିର ଝଲକ ଥିବା  ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଥିଲା। କୁହାଯାଉଛି ଏହି ଷ୍ଟାର ଦମ୍ପତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ ହେବା ଖୁସିର ଉତ୍ସବ ପାଳନ କରିବାକୁ ସମୟ ବିଳମ୍ବ ନକରି ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ  କରି ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe