ରାଞ୍ଚି ଟେଷ୍ଟ: ଆଝାରୁଦ୍ଦିନଙ୍କ ରେକର୍ଡ ଅତିକ୍ରମ କଲେ କୋହଲି, ସର୍ବାଧିକ ଥର ଫଲୋଅନ୍‌ ଦେଲେ ଭାରତୀୟ ଅଧିନାୟକ

ରାଞ୍ଚି ଟେଷ୍ଟ: ଆଝାରୁଦ୍ଦିନଙ୍କ ରେକର୍ଡ ଅତିକ୍ରମ କଲେ କୋହଲି, ସର୍ବାଧିକ ଥର ଫଲୋଅନ୍‌ ଦେଲେ ଭାରତୀୟ ଅଧିନାୟକ

Hindustan Times

ରାଞ୍ଚି: ଭାରତୀୟ କ୍ରିକେଟ୍‌ର ଅଧିନାୟକ ବିରାଟ କୋହଲି ସୋମବାର ପୁଣି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ରେକର୍ଡ ଭଙ୍ଗ କରିଛନ୍ତି। କୋହଲି ଅଧିନାୟକ କ୍ୟାରିୟରରେ ୮ମ ଥର ବିରୋଧୀ ଟିମ୍‌କୁ ଫଲୋଅନ୍‌ ଦେଇଛନ୍ତି।

ଭାରତ ରାଞ୍ଚି ଟେଷ୍ଟର ତୃତୀୟ ଦିନରେ ଆଜି ଅତିଥି ଟିମ୍‌ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପାଳିରେ ୧୬୨ ରନରେ ଆଉଟ୍‌ କରିବା ପରେ ୩୩୫ ରନ୍‌ରେ ଅଗ୍ରଣୀ ଥିଲା। ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିରେ ୧୩୨ ରନ୍‌ କରି ୮ଟି ଓ୍ଵିକେଟ ହରାଇଛି। ଫଳରେ ଭାରତ ଠାରୁ ୨୦୩ ରନ୍‌ ପଛରେ ଅଛି।

କୋହଲି ବିପକ୍ଷ ଟିମ୍‌କୁ ସର୍ବାଧିକ ଥର ଫଲୋଅନ୍‌ ଦେଇଥିବା ଭାରତୀୟ ଅଧିନାୟକ ହୋଇପାରିଛନ୍ତି। ସେ ମହମ୍ମଦ ଆଝାରୁଦ୍ଦିନଙ୍କ ରେକର୍ଡ ଅତିକ୍ରମ କରିଛନ୍ତି। ଆଝାରୁଦ୍ଦିନ ବିପକ୍ଷ ଟିମ୍‌କୁ ୭ଥ ଫଲୋଅନ୍‌ ଦେଇଥିଲେ। କୋହଲି ଅଧିନାୟକ ଭାବେ ୫୧ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ଆଝାରୁଦ୍ଦିନ ୪୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ସେହିଭଳି ମହେନ୍ଦ୍ର ସିଂହ ଧୋନି ୬୦ ଟେଷ୍ଟ ମ୍ୟାଚ୍‌ରେ ୫ଥର ଓ ସୌରଭ ଗାଙ୍ଗୁଲି ୪୯ଟି ଟେଷ୍ଟ ମ୍ୟାଚ୍‌ରେ ୪ଥର ଫଲୋଅନ୍‌ ଦେଇଥିଲେ।

publive-image Hindustan Times

ଭାରତ ଯେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ରାଞ୍ଚିରେ ବ୍ୟାଟିଂ କରିଥିଲା, ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ରୋହିତ ଶର୍ମା ଓ ଆଜିଙ୍କ୍ୟ ରହାଣେ ଭାରତର ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଦ୍ୱିତୀୟ ଦିନ ଖେଳ ଶେଷ ହେବା ପର୍ଯ୍ୟନ୍ତ ଭାରତ ୪୯୭ ରନରେ ପାଳି ଘୋଷଣା କରିଥିଲା ଏହା ପରେ ୨ ଜଣ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସ୍‌ମ୍ୟାନ୍‌ ପାଭଲିଅନକୁ ଅତି ଶସ୍ତାରେ ଫେରିଥିଲେ। ଏହାରି ମଧ୍ୟରେ ଉମେଶ ଯାଦବ ଏକ ୧୫ ବର୍ଷର ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି। ସେ ଫ୍ଲେମିଙ୍ଗଙ୍କ ରେକର୍ଡ ଅତିକ୍ରମ କରିଛନ୍ତି। ଭାରତର ଦ୍ରୁତ ବୋଲର ରବିବାର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୧୦ଟି ବଲ ଖେଳି ୫ଟି ଛକା ମାରି ରେକର୍ଡ କରିଛନ୍ତି। ଉମେଶ ଯାଦବ ୫ଟି ଛକ ମାରିବା ସହ ୩୧ ରନ୍‌ କରିଛନ୍ତି। ଉମେଶ ଯାଦବଙ୍କ ପୂର୍ବରୁ ଷ୍ଟିଫେନ୍‌ ଫ୍ଲେମିଂ ୧୧ଟି ବଲ ଖେଳି ୩୧ ରନ୍‌ କରିଥିଲେ। ଫ୍ଲେମିଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦୪ରେ ଏହି ରେକର୍ଡ କରିଥିଲେ।

ରାଞ୍ଚି ପୂର୍ବରୁ ୨ଟି ଟେଷ୍ଟ ମ୍ୟାଚ୍‌ ଜିତିବା ପରେ ୩ୟ ଟେଷ୍ଟ ମ୍ୟାଚର ଶୃଙ୍ଖଳା ନିଜ ନାମରେ କରିବାକୁ ଭାରତ ଏକ ପ୍ରକାର ଚିନ୍ତା କରିଥିଲା। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ନିଜର ଆତ୍ମସମ୍ମାନ ପାଇଁ ପଡ଼ିଆକୁ ଓହ୍ଲାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe