୨୦୨୩-୨୪ରେ ଏତେ କୋଟିର ଆୟକର ଦେଇଛନ୍ତି ବିରାଟ

୨୦୨୩-୨୪ରେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଦେଇଥିବା ଆୟକରକୁ ନେଇ ଚର୍ଚ୍ଚା । ଆୟକର ଦେବାରେ ସେ ସବୁଠୁ ଆଗରେ ରହିଛନ୍ତି। ତାଙ୍କ ପଛରେ ରହିଛନ୍ତି ମହେନ୍ଦ୍ର ସିଂହ ଧୋନି ଓ ସଚିନ ତେନ୍ଦୁଲକର।

dho

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ରନ୍ ମେସିନ୍ ବିରାଟ କୋହଲି ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି । ସେ ଶେଷ ଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ଓଡିଆଇ ସିରିଜ୍ ଖେଳିଥିଲେ ଏବଂ ଆଗକୁ ସେପ୍ଟେମ୍ବର ୧୯ରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଭାଗ ନେବେ । ତେବେ ସେ କ୍ରିକେଟଠାରୁ ଦୂରରେ ଥିଲେ ବି ଏବେ ଚର୍ଚ୍ଚାରେ ରହିଛନ୍ତି। ଫର୍ଚୁନ୍ ଇଣ୍ଡିଆ ଦ୍ବ‌ାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ୨୦୨୩-୨୪ ବର୍ଷରେ ୬୬କୋଟି ଟଙ୍କା ଆୟକର ଦେଇଛନ୍ତି, ଯାହା ଅନ୍ୟ ଖେଳାଳିଙ୍କଠାରୁ ସର୍ବାଧିକ। ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଏମଏସ ଧୋନି (୩୮କୋଟି ଟଙ୍କା) ଏବଂ ସଚିନ ତେନ୍ଦୁଲକର (୨୮କୋଟି ଟଙ୍କା) ରହିଛନ୍ତି ।

ରିପୋର୍ଟ ଅନୁଯାୟୀ, ସୌରଭ ଗାଙ୍ଗୁଲି (୨୩କୋଟି ଟଙ୍କା) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୧୩କୋଟି ଟଙ୍କା) ମଧ୍ୟ ଶ୍ରେଷ୍ଠ ପାଞ୍ଚରେ ସ୍ଥାନ ପାଇଛନ୍ତି। ତେବେ ବିରାଟ ସବୁଠୁ ଅଧିକ ଆୟକର ଦେଉଥିବା ଖବର ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ବିରାଟ ଯେତେବେଳେ ଖେଳିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ଖେଳରେ ଏକ ପ୍ରକାର ଚମକ ଦେଖାଯାଇଥିଲା । ଏହା ପରେ ଧୀରେ ଧୀରେ ସେ ଅଧିକ ପରିପକ୍ୱ ଖେଳାଳି ଭାବରେ ଉଭା ହୋଇଥିଲେ । 

ଯଦି ଆମେ ବିରାଟଙ୍କ ମୋଟ ସମ୍ପତ୍ତିକୁ ଦେଖିବା ତେବେ ସେ ମୋଟ ୧୦୫୦ କୋଟି ଟଙ୍କାର ମାଲିକ ଅଟନ୍ତି । ବିରାଟଙ୍କ ହାରାହାରି ବାର୍ଷିକ ଆୟ ପ୍ରାୟ ୧୫କୋଟି ଟଙ୍କା ହୋଇଥିବା ବେ‌ଳେ ମାସକୁ ସେ ପ୍ରାୟ ୧,୨୫,୦୦,୦୦୦ ଟଙ୍କା ରୋଜଗାର କରନ୍ତି । ଏହା ସହ ଗୋଟିଏ ସପ୍ତାହରେ କୋହଲିଙ୍କ ରୋଜଗାର ହେଉଛି ୨୮,୮୪,୬୧୫ଟଙ୍କା ଏବଂ ଗୋଟିଏ ଦିନରେ ସେ ପ୍ରାୟ ୫,୭୬,୯୨୩ ଟଙ୍କା ରୋଜଗାର କରନ୍ତି । ଏହା ଛଡ଼ା ବିସିସିଆଇ ପକ୍ଷରୁ ତାଙ୍କୁ ବାର୍ଷିକ ୭କୋଟି ଟଙ୍କା ମିଳେ । ରୋଜଗାର ଦୃଷ୍ଟିରୁ ବିରାଟ କୋହଲି ଦୁନିଆର ୧୦୦ଧନୀ ଖେଳାଳିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe