sports.ndtv.com
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା କରୋନା ଭୂତାଣୁ ବିପକ୍ଷରେ ଚାଲିଥିବା ମହାଲଢ଼େଇରେ ସାମିଲ ରଖିଛନ୍ତି। ଏପରିକି ସାମାଜିକ ଗଣମାଧ୍ୟମରେ ବି ଉଭୟ ଗତ କିଛି ଦିନଧରି ଦେଶର ଜନସାଧାରଣଙ୍କୁ ସରକାରୀ ନୀତିନିୟମ ପାଳନ କରିବାକୁ ପରାମର୍ଶ ଦେଇଆସୁଛନ୍ତି। ନିକଟରେ କୋହଲି ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ମନୋପଲି ଗେମ୍ ଖେଳୁଥିବା ଫଟୋକୁ ଅନୁଷ୍କା ସେୟାର କରିଥିଲେ। ଏଥିସହିତ ସେହି ଫଟୋରେ ଲେଖିଥିଲେ ଯେ ‘ଏହା ଆମର ପ୍ରାଥମିକ ଦେଖାଶୁଣା କରୁଥିବା ପରିବାର ଯେଉଁମାନଙ୍କଠୁ ଜୀବନ ଯାତ୍ରା କିପରି କରାଯିବ, କେମିତି ଚାଲିବା, କେମିତି ଖାଇବା, କେମିତି ସାମାଜିକ ହେବା ଏବଂ କିପରି ଦୁନିଆର ସାମ୍ନା କରିବାକୁ ହେବ ତାହା ଶିଖିବାକୁ ମିଳିଥାଏ।’ ଏହାପରେ ଆଉ ଏକ ଧାଡ଼ିରେ ଜୀବନ ପ୍ରତ୍ୟେକଙ୍କ ପାଇଁ ମୂଲ୍ୟବାନ, ସେଥିପାଇଁ ସମସ୍ତ ବ୍ୟକ୍ତି ଘରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ ସମୟରେ ବିରାଟ ଓ ଅନୁଷ୍କା ଏକାଠି ରହି କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଛନ୍ତି। ଏପରିକି କୋହଲି ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ବେଳେ ଗତ ସପ୍ତାହରେ ଇନ୍ଷ୍ଟାଗ୍ରାମ ଲାଇଭ୍ରେ କେଭିନ୍ ପିଟରସନ୍ଙ୍କ ସହ ବାର୍ତ୍ତାଳାପ କରୁଥିଲେ। ସେତେବେଳେ ଏହି ଦୁଇ ଯୋଡ଼ି ଗୋଟିଏ ସ୍ଥାନରେ ଅଧିକ ସମୟ ବିତାଇପାରୁନଥିବା ପିଟରସନ୍ ଅବଗତ କରାଇଥିଲେ। ତାଲାବନ୍ଦ ପରେ ଆଇପିଏଲ୍ ଦଳ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ନେତୃତ୍ବ ନେବା ତାଙ୍କର ପରବର୍ତ୍ତୀ ଦାୟିତ୍ବ ରହିବ। ତେବେ ବର୍ତ୍ତମାନ ସ୍ଥିତିରେ କରୋନା ଭୂତାଣୁର ମାମଲା ଦିନକୁ ଦିନ ବଢିଚାଲିଥିଲା ବେଳେ ଆଇପିଏଲ୍କୁ ନେଇ ବିସିସିଆଇ କ’ଣ ନିଷ୍ପତ୍ତି ନେଉଛି, ତାହା ଦେଖିବାକୁ ବାକି ରହିଲା।
Follow Us