ଭାରତର ବିଜୟ ପରେ କୋହଲିଙ୍କ ପ୍ରତିକ୍ରିୟା

କୋହଲି ଲେଖିଛନ୍ତି,‘ ଶୁଭମନ ଗିଲ୍ ବ୍ୟାଟ୍ ସହିତ ପଡ଼ିଆରେ ଭାରତର କମାଣ୍ଡକୁ ଭଲ ଭାବରେ ସମ୍ଭାଳିଥିଲେ। ସମସ୍ତେ ଚମତ୍କାର ଭାବେ ପ୍ରଦର୍ଶନ କରିଛନ୍ତି। ବିଶେଷକରି ସିରାଜ ଏବଂ ଆକାଶ ଏହି ପିଚରେ କରିଥିବା ବୋଲିଂ ବାସ୍ତବରେ ପ୍ରଶଂସଯୋଗ୍ୟ। 

668377d2-b81b-4c06-ba1a-6d5b4290809c

ବର୍ମିଂହାମ: ବର୍ମିଂହାମ ଟେଷ୍ଟରେ ଭାରତର ଐତିହାସିକ ବିଜୟକୁ ନେଇ ଖେଳପ୍ରେମୀ ବେଶ ଖୁସି ହୋଇଯାଇଛନ୍ତି। ୫୮ ବର୍ଷ ପରେ ପ୍ରଥମ ଥର ପାଇଁ ଏଜବାଷ୍ଟନରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। 

ଭାରତର ବିଜୟ ପରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ବିରାଟ ଏଜବାଷ୍ଟନରେ ଭାରତର ବିଜୟକୁ ମହାନ ବୋଲି ଉଲ୍ଲେଖ କରିଛନ୍ତି। ବିରାଟ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଭାରତୀୟ ଦଳ ଏହି ମ୍ୟାଚରେ ନିର୍ଭୀକ ଭାବରେ ଇଂଲଣ୍ଡକୁ ପଛକୁ ଠେଲି ଦେଇଛନ୍ତି।

ବିରାଟ କୋହଲି ବହୁତ ଦିନ ପରେ ତାଙ୍କ ଏକ୍ସ ଆକାଉଣ୍ଟରେ ମ୍ୟାଚ୍ ସମ୍ବନ୍ଧୀୟ ଏକ ପୋଷ୍ଟ ସେୟାର କରିଛନ୍ତି। ଭାରତର ଏହି ଐତିହାସିକ ବିଜୟକୁ ନେଇ ବିରାଟ ତିନିଜଣ ଖେଳାଳିଙ୍କ ନାମ ନେଇଛନ୍ତି। 

କୋହଲି ଲେଖିଛନ୍ତି,‘ ଶୁଭମନ ଗିଲ୍ ବ୍ୟାଟ୍ ସହିତ ପଡ଼ିଆରେ ଭାରତର କମାଣ୍ଡକୁ ଭଲ ଭାବରେ ସମ୍ଭାଳିଥିଲେ। ସମସ୍ତେ ଚମତ୍କାର ଭାବେ ପ୍ରଦର୍ଶନ କରିଛନ୍ତି। ବିଶେଷକରି ସିରାଜ ଏବଂ ଆକାଶ ଏହି ପିଚରେ କରିଥିବା ବୋଲିଂ ବାସ୍ତବରେ ପ୍ରଶଂସଯୋଗ୍ୟ। 

ବିଶ୍ବ କ୍ରିକେଟରେ ଯେଉଁ କିଛି ପଡ଼ିଆରେ ଭାରତ କେବେ ବିଜୟ ପାଇ ନଥିଲା ସେହି ତାଲିକାରୁ ଗତରବିବାର ବର୍ମିଂହାମର ଏଜବାଷ୍ଟନ୍ କଟିଯାଇଛି । ୫୮ ବର୍ଷର ସଂଘର୍ଷ ନବମ ପ୍ରୟାସରେ ସଫଳତା ଦେଇଛି। ଯେଉଁ ମାଟିରେ ଦୀର୍ଘ ୫୮ ବର୍ଷ ଧରି କେବଳ ପରାଜୟ ମିଳୁଥିଲା, ସେଠାରେ ବିଜୟର ଖାତା ଖୋଲିଛି ଶୁବମନ ଗିଲଙ୍କ ଦଳ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe