ଅନୁଷ୍କା ଗର୍ଭବତୀ ହେବା ପରେ ପିତୃତ୍ବ ଅନୁଭବକୁ ନେଇ ଏପରି କହିଲେ ବିରାଟ

ଅନୁଷ୍କା ଗର୍ଭବତୀ ହେବା ପରେ ପିତୃତ୍ବ ଅନୁଭବକୁ ନେଇ ଏପରି କହିଲେ ବିରାଟ

Times of India

ମୁମ୍ବାଇ: ନିକଟରେ କ୍ରିକେଟ୍‌ ତାରକା ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ବାପାମାଆ ହେବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଏ ନେଇ ଏକ ସାକ୍ଷାତ୍‌କାରରେ ବିରାଟ କହିଛନ୍ତି କି ଏହି ଖବର ଜାଣିବା ପରେ ଯେତିକି ଆନନ୍ଦ ତାଙ୍କୁ ମିଳିଥିଲା ତାହାକୁ ବ୍ୟାଖ୍ୟା କରିବା ଅସମ୍ଭବ।

ବିରାଟ ସାକ୍ଷାତ୍‌କାରରେ କହିଛନ୍ତି ଯେତେବେଳେ ଅନୁଷ୍କା ଓ ସେ ଏହି ଖବର ସୋସିଆଲ୍‌ ମିଡିଆରେ ପ୍ରକାଶ କଲେ ‌ଲୋକମାନେ ତାଙ୍କୁ ଭଲପାଇବା ଓଜାଡ଼ି ଦେଲେ। ଏହା ଏକ ଅବିଶ୍ୱସନୀୟ ଅନୁଭବ। ସେ ସମୟର ଅନୁଭବକୁ ବର୍ଣ୍ଣନା କରିବା କଷ୍ଟକର। ଏହି ଅନୁଭବ ଆମକୁ ଖୁବ୍ ଅନନ୍ଦିତ କରିଥିଲା। ଆମେ ଏହି ଖବର ଘୋଷଣା କଲୋ ପରେ ପ୍ରଶଂସକମାନେ ଯେଉଁଭଳି ଭାବେ ସେମାନଙ୍କ ଭଲପାଇବା ଓଜାଡ଼ି ଦେଇଥିଲେ ତାହା ଅବିଶ୍ବନୀୟ ଥିଲା। ପ୍ରଶଂସକମାନେ ଆମକୁ ନେଇ ଏତେ ଖୁସି ଓ ଭାବପ୍ରବଣ ବୋଲି ଆମେ ପ୍ରଥମ ଥର ଜାଣିବାକୁ ପାଇଲୁ। ସେହି ସ୍ବତନ୍ତ୍ର ନୂଆ ସଦସ୍ୟକୁ ଆମ ପରିବାରରେ ଅପେକ୍ଷା ରହିଛି ବୋଲି ବିରାଟ କହିିଛନ୍ତି।

ସେ ଆହୁରି ବି କହିଛନ୍ତି ଯେ ମହାମାରୀ କରୋନା ଭାଇରସ୍‌ ପାଇଁ ସେ ଓ ଅନୁଷ୍କା ଏତେ ସମୟ ଅତିବାହିତ କରିବାରେ ସମର୍ଥ ହେଲେ। ବିରାଟ କହନ୍ତି, ‘ସତ କଥା କହିବାକୁ ଗଲେ ଆମେ କେବେ ବି ପୂର୍ବରୁ ଏତେ ସମୟ ପାଇନଥିଲୁ ସାଥି ‌ହୋଇ ରହିବା ପାଇଁ। ଭଲପାଉଥିବା ମଣିଷ ସହ ନିଜ ଘରେ ସମୟ ଅତିବାହିତ କରିବାର ସୁଯୋଗଠାରୁ ଆଉ କିଛି ଭଲ ହୋଇପାରେନା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe