ଟୁଇଟର୍‌ରେ ନିଜର ସଫଳତା ପଛର ଏହି ଦୁଇ ମନ୍ତ୍ରକୁ ପୋଷ୍ଟ୍‍ କଲେ ବିରାଟ

Advertisment
ଟୁଇଟର୍‌ରେ ନିଜର ସଫଳତା ପଛର ଏହି ଦୁଇ ମନ୍ତ୍ରକୁ ପୋଷ୍ଟ୍‍ କଲେ ବିରାଟ

ମୁମ୍ବାଇ: ସାଧାରଣ କ୍ରିକେଟ୍‌ ତାରକାରୁ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ହେବାର କାହାଣୀ ଆଦୌ ସହଜ ନଥିଲା। ଆମେ କହୁଛୁ ଯୁବ କ୍ରିକେଟ୍‌ ଅଧିନାୟକ ବିରାଟ କୋହଲିଙ୍କ ବିଷୟରେ। ନିଜର ଖେଳ ଦକ୍ଷତା ସହ ନେତୃତ୍ୱ ନେବାର ଦକ୍ଷତା ତାଙ୍କୁ ଭାରତୀୟ କ୍ରିକେଟ୍‌ ଦଳର ଭାର ଉଠାଇବାକୁ ସାହସ ଦେଇଛି। ତେବେ, ସେ ଯେ ଜଣେ ସଫଳ ବ୍ୟକ୍ତିତ୍ୱ ଏଥିରେ ଆଦୌ ସନ୍ଦେହ ନାହିଁ। ନିକଟରେ ସେ ଏହି ସଫଳତାର ୨ଟି ମନ୍ତ୍ର ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ସେୟାର୍‌ କରିଛନ୍ତି।

ସୋମବାର ବିରାଟ କୋହଲି ନିଜର ଦୁଇଟି ଫଟୋକୁ କୋଲାଜ କରି ସେୟାର କରିଛନ୍ତି। ଗୋଟିଏ ଫଟୋ ଅତି ପୁରୁଣା ହୋଇଥିବା ବେଳେ ଗୋଟିଏ ଫଟୋ ଏବେକାର। ଏଥିରେ କ୍ରିକେଟ୍‌ ଜଗତରେ ତାଙ୍କର ଯାତ୍ରା ଆରମ୍ଭରୁ ନେଇ ଅଧିନାୟକ ବନିବାର କାହାଣୀ ରହିଛି। ତାଙ୍କ ଚେହେରା ଓ ଦକ୍ଷତା ଉଭୟରେ ରହିଥିବା ଭିନ୍ନତା ସ୍ପଷ୍ଟ ଦେଖିବକୁ ମିଳିଛି।

ବିରାଟ ତାଙ୍କର ସଫଳତାର ମନ୍ତ୍ର ଭାବେ ଲକ୍ଷ ଏବଂ କଠିନ ପରିଶ୍ରମକୁ କହିଛନ୍ତି। ସେ ଲେଖିଛନ୍ତି କି ‘ଲକ୍ଷ୍ୟ ଏବଂ କଠିନ ପରିଶ୍ରମ ସହିତ ସବୁ ସମ୍ଭବ। କାମ କରିଚାଲ। ବିଶ୍ୱାସ ରଖ।’ ଶେଷରେ ସମସ୍ତଙ୍କୁ ଶୁଭ ଦିନ ଜଣାଇଛନ୍ତି କୋହଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe