ଅଧିନାୟକତ୍ବ ମିଳିଲାନି ବୋଲି ସନ୍ନ୍ୟାସ ନେଲେ ବିରାଟ !

xsq

ନୂଆଦିଲ୍ଲୀ: ଟେଷ୍ଟ୍ କ୍ରିକେଟ୍‌ରେ ‘କୋହଲି’ ଯୁଗର ଅବସାନ ଘଟିଛି। ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଲୋକପ୍ରିୟ, ଚର୍ଚ୍ଚିତ ତଥା କିଂବଦନ୍ତି କ୍ରୀଡ଼ା ପୁରୁଷ ବିରାଟ ‌କୋହଲି ଅଚାନକ ଏହି ଫର୍ମାଟ୍‌ରୁ ଅବସର ଘୋ‌ଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସୋମବାର ସାମାଜିକ ଗଣମାଧ୍ୟମରେ ସେ ଏହି ବିଷୟ ଜଣାଇବା ପରେ ସମଗ୍ର କ୍ରିକେଟ୍‌ ଜଗତ ତାଙ୍କ ଜାଜ୍ଜ୍ବଲ୍ୟମାନ ଟେଷ୍ଟ୍‌ କ୍ୟାରିୟର୍‌କୁ ସାଲ୍ୟୁଟ୍‌ କରିଥିଲା। ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି ପ୍ରତିପକ୍ଷ, ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟ୍‌ରମାନେ କୋହଲିଙ୍କ ଏହି ନିଷ୍ପତ୍ତିରେ ବିସ୍ମୟ ପ୍ରକଟ କରିଥିଲେ ମଧ୍ୟ ପରବର୍ତ୍ତୀ ଜୀବନ ପାଇଁ ଶୁଭକାମନା ଜଣାଇଥିଲେ। ଅନ୍ୟପକ୍ଷରେ ଗୁରୁତ୍ବପୂର୍ଣ୍ଣ ଇଂଲଣ୍ଡ ଗସ୍ତ ପୂର୍ବରୁ କୋହଲି ଏମିତି ଅବସର ଘୋଷଣା କରିବା ନେଇ ନାନା ତର୍କବିତର୍କ ଆରମ୍ଭ ହୋଇଯାଇଥିଲା। ୩୬ ବର୍ଷୀୟ କୋହଲି ପୂର୍ବରୁ ‌ଟ୍ବେଣ୍ଟି-୨୦ରୁ ଅବସର ନେଇ ସାରିଛନ୍ତି। ଟେଷ୍ଟ୍ ଛାଡ଼ିବା ପରେ ଆଗାମୀ ସମୟରେ ପ୍ରଶଂସକ ତାଙ୍କୁ କେବଳ ଏକଦିବସୀୟ କ୍ରିକେଟ୍ ‌ଖେଳୁଥିବାର ଦେଖିବାକୁ ପାଇବେ।

ତେବେ ହଠାତ୍ କୋହଲି କାହିଁକି ଏଭଳି ନିଷ୍ପତ୍ତି ନେଲେ ସେ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଏବେ ତାହାର କାରଣ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, କୋହଲି ଏକ ନୂତନ ଚ୍ୟାଲେଞ୍ଜ ଚାହୁଁଥିଲେ, ଏହି ପରିବର୍ତ୍ତନର ପର୍ଯ୍ୟାୟରେ ଅଧିନାୟକ ଭୂମିକାକୁ ଫେରି ଦଳକୁ ସମ୍ଭାଳିବାର ସୁଯୋଗ ଚାହୁଥିଲେ। କିନ୍ତୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ର ଯୋଜନା କିଛି ଅଲଗା ଥିଲା। ବିସିସିଆଇ ବିରାଟଙ୍କ ପରିବର୍ତ୍ତେ ଯୁବ କ୍ରିକେଟରଙ୍କୁ ଅଧିନାୟକତ୍ବ ଦେବାକୁ ଚାହୁଁଥିବା ଜାଣିବାକୁ ପାଇଥିଲେ ବିରାଟ। ଏହା ପରେ ବର୍ତ୍ତମାନର ପରିଚାଳନା କମିଟି ଅଧୀନରେ, ସେ ଚାହୁଁଥିବା ସ୍ୱାଧୀନତା, ପରିବେଶ ଏବଂ ଉତ୍ସାହ ତାଙ୍କୁ ମିଳୁନଥିବାରୁ ସେ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe