ରାଜକୋଟ୍: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ମାତ୍ର ୨୩ ରନ କରି ଆଉଟ ହୋଇଯାଇଥିଲେ ବି ସେ ଆଉ ଏକ କିର୍ତ୍ତିମାନ କରିବାରେ ସକ୍ଷମ ହୋଇଛନ୍ତି। ସେ ଦିନିକିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ସ୍କୋର କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ଏ କ୍ଷେତ୍ରରେ ସେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଟପିଛନ୍ତି।
ସଚିନ ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୨ଟି ମ୍ୟାଚ୍ ଖେଳି ୧୭୫୦ ରନ୍ କରିଥିଲେ। ଏଥିରେ ୫ଟି ଶତକ ଓ ୮ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଥିଲା। ବିରାଟ କୋହଲି ୩୫ଟି ମ୍ୟାଚ୍ ଖେଳି ସଚିନଙ୍କ ଏହି କିର୍ତ୍ତିମାନକୁ ଟପିଯାଇଛନ୍ତି। ବୁଧବାରର ମ୍ୟାଚରେ ସେ ମାତ୍ର ୨ ରନ୍ କରି ସଚିନଙ୍କୁ ଟପିଯାଇଛନ୍ତି। ଏହି ମ୍ୟାଚରେ ସେ ୨୩ ରନ କରିଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ମୋଟ ସ୍କୋର ଏବେ ୧୭୭୨କୁ ବୃଦ୍ଧି ପାଇଛି।
ଆହୁରି ପଢ଼ନ୍ତୁ: Eating On Banana Leaf: କଦଳୀପତ୍ରରେ ଖାଦ୍ୟ ଖାଇବା କେତେ ଲାଭଦାୟକ, ଜାଣିବା...
ନ୍ୟୁଜିଲାଣ୍ଡ ବିପକ୍ଷରେ ପଣ୍ଟିଂଙ୍କ ସର୍ବାଧିକ ରନ୍
ତେବେ ବିଶ୍ବ କ୍ରିକେଟ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ହେଲେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ। ସେ ୫୧ଟି ମ୍ୟାଚ୍ ଖେଳି ୧୯୭୧ ରନ୍ କରିଛନ୍ତି। ଏହି କିର୍ତ୍ତିମାନ ଭାଙ୍ଗିବାକୁ ବିରାଟଙ୍କୁ ଆହୁରି ୨୦୦ ରନ୍ କରିବାକୁ ପଡ଼ିବ। କିନ୍ତୁ ବିରାଟ ଏବେ ଯେପରି ଫର୍ମରେ ଅଛନ୍ତି ଏହି ସଫଳତା ହାସଲ କରିବା ତାଙ୍କ ପାଇଁ ବଡ଼କଥା ନୁହେଁ।
ଆହୁରି ପଢ଼ନ୍ତୁ: Mohan Charan Majhi: ବୈତରଣୀ ନଦୀରେ ମକର ସ୍ନାନ କଲେ ମୁଖ୍ୟମନ୍ତ୍ରୀ
Follow Us