୪ ବର୍ଷରେ ବିରାଟ କୋହଲି ବଦଳି ଯାଇଛନ୍ତି, ତାଙ୍କ ବ୍ୟାଟିଂକୁ ଅଟକାଇବା ସହଜ ନୁହେଁ: କୋଚ ରାକେଶ ଶର୍ମା

Advertisment
୪ ବର୍ଷରେ ବିରାଟ କୋହଲି ବଦଳି ଯାଇଛନ୍ତି, ତାଙ୍କ ବ୍ୟାଟିଂକୁ ଅଟକାଇବା ସହଜ ନୁହେଁ: କୋଚ ରାକେଶ ଶର୍ମା

ନୂଆଦିଲ୍ଲୀ: ବିଗତ ୪ ବର୍ଷ ମଧ୍ୟରେ ବହୁତ କିଛି ପରିବର୍ତ୍ତନ ହୋଇ ସାରିଛି ଓ ବିରାଟ କୋହଲି କ୍ରିକେଟ୍‌ ଦୁନିଆରେ ବ୍ୟାଟସ୍‌ମ୍ୟାନ୍‌ ମାନଙ୍କ ମଧ୍ୟରେ ବାଦଶାହ ପାଲଟିଛନ୍ତି। ଏହି କାରଣରୁ ତାଙ୍କ ପିଲା ଦିନର କୋଚ ରାଜକୁମାର ଶର୍ମା କହିଛନ୍ତି, ଇଂଲଣ୍ଡ ବିରୋଧରେ ଅଗଷ୍ଟ ୧ରୁ ଆରମ୍ଭ ହେଉଥିବା ୫ ଟେଷ୍ଟ ମ୍ୟାଚ୍‌ର ଶୃଙ୍ଖଳାରେ ଭାରତୀୟ ଅଧିନାୟକଙ୍କ ବ୍ୟାଟ୍‌କୁ ଅଟକାଇବା ସହଜ ନୁହେଁ।

ଭାରତୀୟ ଟିମ୍‌ ଯେତେବେଳେ ୨୦୧୪ରେ ଇଂଲଣ୍ଡ ଗସ୍ତରେ ଥିଲା, କୋହଲି ୫ ମ୍ୟାଚର ୧୦ ଇନିଂସରେ ୧୩.୪୦ ହାରରେ କେବଳ ୧୩୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୩୯ ରନ୍‌ ଥିଲା। ଅତୀତରେ ଭାରତୀୟ ଟିମ୍‌ର ଇଂଲଣ୍ଡର ଗସ୍ତ ମନେ ପଡ଼ିଲେ ଆଶ୍ଚର୍ଯ୍ୟ ଲାଗିଥାଏ କିନ୍ତୁ ଶର୍ମା କହିଛନ୍ତି ଷ୍ଟାର ବ୍ୟାଟସ୍‌ମ୍ୟାନ ବଦଳି ଯାଇଛନ୍ତି।

publive-image

କୋଚ ରାକେଶ ଶର୍ମା ଏକ ସାକ୍ଷାତକାରରେ ଜାତୀୟ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଲୋକଙ୍କୁ ଲାଗୁଛି, ବିରାଟଙ୍କୁ କିଛି ପ୍ରମାଣିତ କରିବାକୁ ପଡ଼ି କିନ୍ତୁ ବିରାଟକୁ କିଛି ପ୍ରମାଣିତ କରିବାର ଆବଶ୍ୟକତା ନାହିଁ। କାରଣ ବିରାଟଙ୍କ ଜୀବନରେ ଯାହା ଘଟିଥିଲା, ତାହା ୪ ବର୍ଷର ପୁରୁଣା ଘଟଣା। କୋହଲି ଏହାକୁ ଭୁଲି ସାରିଛନ୍ତି। ଏହା ପରେ ସେ ଅନେକ କିଛି ପାଇଛନ୍ତି।

ବିରାଟ କୋହଲି ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କାରେ ଶତକ ହାସଲ କରିଛନ୍ତି। ବର୍ଷ ୨୦୧୪ର ଇଂଲଣ୍ଡ ଗସ୍ତ ପରେ କୋହଲି ୩୭ଟି ଟେଷ୍ଟ ମ୍ୟଚ ଖେଳିଛନ୍ତି। ଏହାରି ଭିତରେ ସେ ୬୪.୮୯ ହାରରେ ୩୬୯୯ ରନ୍‌ ସଂଗ୍ରହ କରିଛନ୍ତି, ଯେଉଁଥିରେ ୧୫ଟି ଶତକ ସାମିଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe