ଗୌହାଟୀ ଦିନିକିଆ: ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଲେନି କୁଲଦୀପ ଯାଦବ, ପ୍ରଶଂସକ କହିଲେ ଟିମ୍‌ ରାଜନୀତି

Advertisment
ଗୌହାଟୀ ଦିନିକିଆ: ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଲେନି କୁଲଦୀପ ଯାଦବ, ପ୍ରଶଂସକ କହିଲେ ଟିମ୍‌ ରାଜନୀତି

ଗୌହାଟୀ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ୫ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୮ ଓ୍ଵିକେଟରେ ବିଜୟୀ ହୋଇଛି। ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓ୍ଵିକେଟ ହରାଇ ୩୨୨ ରନ୍‌ ସଂଗ୍ରହ କରିଥିଲା। ଭାରତ ୨ୟ ଇନିଂସରେ ୪୨.୧ ଓଭରରେ ମାତ୍ର ୨ଟି ଓ୍ଵକେଟ ହରାଇ ୩୨୬ ରନ ଯୋଡ଼ିବା ସହିତ ମ୍ୟାଚକୁ ସହଜରେ ଜିତିଛି।

ଅନ୍ୟପକ୍ଷରେ ଏହି ମୁକାବିଲାରେ କୁଲଦୀପ ଯାଦବଙ୍କୁ ସ୍ଥାନ ନମିଳିବା ପରେ ପ୍ରଶଂସକମାନେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଟ୍ରୋଲ୍‌ କରିଛନ୍ତି। ପ୍ରଶଂସକମାନେ ସୋସିଆଲ ମିଡିଆରେ କହିଛନ୍ତି, ଭାରତୀୟ ଟିମ୍‌ରେ ରାଜନୀତି ଚାଲିଛି। ଗୌହାଟୀ ମୁକାବିଲାରେ କୁଲଦୀପଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିଛି।

publive-image

କୋହଲି ଏହି ମ୍ୟାଚରେ ମହମ୍ମଦ ସାମି, ଉମେଶ ଯାଦବ ଓ ଖଲିଲ ଅହମଦଙ୍କୁ ଦ୍ରୁତ ବୋଲର ଭାବରେ ସାମିଲ କରିଥିବା ବେଳେ ୟୁଜବେନ୍ଦ୍ର ଚହଲଙ୍କୁ ସ୍ପିନର ଭାବରେ ବାଛିଥିଲେ। ସେହିଭଳି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ମଧ୍ୟ ବାଛିଥିଲେ।

publive-image

ଏହାପରେ କିଛ ପ୍ରଶଂସକ କୋହଲିଙ୍କ ଚୟନ ନେଇ ପ୍ରଶ୍ନ ଉଠାଇଥିଲେ। ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କୁଲଦୀପଙ୍କୁ ଖେଳାଯାଇ ନାହିଁ। ପ୍ରଶଂସକଙ୍କ କହିବା ଅନୁସାରେ ୟୁଜବେନ୍ଦ୍ର ଚହଲଙ୍କ ଅପେକ୍ଷା କୁଲଦୀପ ଅଧିକ ପ୍ରଭାବଶାଳୀ। କୁଲଦୀପ ୨୯ଟି ଦିନିକିଆରେ ୫୮ଟି ଓ୍ଵିକେଟ ନେଇଛନ୍ତି। ଏସିଆ କପ୍‌ରେ ସର୍ବାଧିକ ଓ୍ଵିକେଟ୍‌ ନେଇଥିବା ବୋଲର ହେଉଛନ୍ତି କୁଲଦୀପ।

ବିରାଟ କୋହଲିଙ୍କ ନିଷ୍ପତ୍ତିରୁ କିଛି ବୁଝାପଡୁ ନାହିଁ। ଦିନିକିଆ ର‍୍ୟାଙ୍କିଙ୍ଗରେ ୩ୟ ବୋଲର କୁଲଦୀପଙ୍କୁ ଡ୍ରପ କରାଯିବା ପରେ ପ୍ରଶଂସକମାନେ ରାଗି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe