୧୮ ନମ୍ବର ଜର୍ସି ପିନ୍ଧୁଥିବା ବିରାଟ ୧୮ ପାଦ ଦୂର ଅତିକ୍ରମ କଲେ ସୃଷ୍ଟି କରିବେ ଆଉ ଏକ ରେକର୍ଡ

Advertisment

୨ୟ ଟି-୨୦ ଆଜି: ସର୍ବୋଚ୍ଚ ୩ୟ ସ୍ଥାନ ଅଧିକାରୀ ହେବେ କୋହଲି!

୨ୟ ଟି-୨୦ ଆଜି: ସର୍ବୋଚ୍ଚ ୩ୟ ସ୍ଥାନ ଅଧିକାରୀ ହେବେ କୋହଲି!

୧୮ ନମ୍ବର ଜର୍ସି ପିନ୍ଧୁଥିବା ବିରାଟ ୧୮ ପାଦ ଦୂର ଅତିକ୍ରମ କଲେ ସୃଷ୍ଟି କରିବେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ: ଜର୍ସି ନମ୍ବର-୧୮ ପିନ୍ଧୁଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଉ ୧୮ଟି ପାଦକୁ ଅପେକ୍ଷା କରିଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲା ସେଞ୍ଚୁରିଅନ୍‌ର ସୁପର ସ୍ପୋର୍ଟସ ପାର୍କରେ ବୁଧବାର ଖେଳାଯିବ। ଏହି ମ୍ୟାଚ୍‌ରେ ବିରାଟ ୧୮ ରନ୍‌ ସଂଗ୍ରହ କଲେ ନିଜର ନାମରେ ଆଉ ଏକ ରେକର୍ଡ ଯୋଡ଼ିବେ। କୋହଲିଙ୍କୁ ୨୦୦୦ ରନ୍‌ ପୂରା କରିବା ପାଇଁ ଆଉ ୧୮ ରନ୍‌ ଆବଶ୍ୟକ ଅଛି। ଲକ୍ଷ୍ୟ ପୂରା ହେଲେ କୋହଲି ୨୦୦୦ ରନ୍‌ ପୂରା କରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ହୋଇଯିବେ।

publive-image

ବିରାଟ କୋହଲି ୫୬ଟି ମ୍ୟାଚ୍‌ରେ ୧୯୮୨ ରନ୍‌ ସଂଗ୍ରହ କରିଛନ୍ତି। ଟି-୨୦ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀ ଭାବରେ ବିରାଟଙ୍କ ନାମ ତାଲିକାର ୩ୟ ସ୍ଥାନରେ ରହିଛି। ତାଲିକାର ଶ୍ରେଷ୍ଠ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ୍‌। ସେ ୭୪ଟି ମ୍ୟାଚ୍‌ରେ ୨୨୫୦ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ବିରାଟଙ୍କ ଉପରକୁ ମଧ୍ୟ ନ୍ୟୁଜିଲାଣ୍ଡର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବ୍ରେଣ୍ଡନ ମ୍ୟାକୁଲମ୍‌। ସେ ୭୧ଟି ମ୍ୟାଚ୍‌ରେ ୨୧୪୦ ରନ୍‌ ସଂଗ୍ରହ କରିଛନ୍ତି।

ବିରାଟ କୋହଲି

ମ୍ୟାଚ୍‌: ୫୬
ରନ୍‌: ୧୯୮୨
ସର୍ବାଧିକ: ୯୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe