Mumbai Live
ନୂଆଦିଲ୍ଲୀ: ଡ଼ିସେମ୍ବର ୨୧ରେ ରିଲିଜ୍ ହୋଇଥିଲା ଫିଲ୍ମ ଜିରୋ । ମୁଖ୍ୟ ଭୂମିକାରେ ଶାହାରୁଖ୍ ଖାନ୍,ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍ ନଜର ଆସୁଥିବା ବେଳେ ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳୁଥିବା ଦେଖା ଯାଇଛି । ତେବେ ମେଲବର୍ଣ୍ଣକୁ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ଯାଇଥିବା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀ ଦୂରରେ ଥାଇ ମଧ୍ୟ ପତ୍ନୀ ଅନୁଷ୍କାଙ୍କ ଫିଲ୍ମ ଦେଖିବା ପାଇଁ ଭୁଲି ନଥିଲେ । ଫିଲ୍ମ ଦେଖିବା ସହ ଟୁଇଟ୍ କରି ଜିରୋର ସବୁ ଷ୍ଟାରକାଷ୍ଟ ଭଲ ପ୍ରଦର୍ଶନ କରିଥିବା କହିଥିଲେ ବିରାଟ । ଏହା ସହ ଫିଲ୍ମରେ ଅନୁଷ୍କାଙ୍କ ଅଭିନୟ ତାଙ୍କୁ ଅଧିକ ପସନ୍ଦ ଆସିଲା ବୋଲି ଲେଖିଥିଲେ ବିରାଟ ।
କିନ୍ତୁ ତାଙ୍କୁ ଜଣା ନଥିଲା, ତାଙ୍କର ଏହି ଟୁଇଟ୍ ତାଙ୍କୁ ଭାରି ପଡ଼ିବ । ବିରାଟଙ୍କ ଟୁଇଟ୍ ପରେ ଟୁଇଟ୍ର ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । କିଏ ପତ୍ନୀଙ୍କ ଡ଼ରରେ ବିରାଟ ଏପରି ଲେଖିଥିବା କହିଥିବା ବେଳେ କିଏ ତୁମକୁ କ’ଣ ଏହି କାମ ପାଇଁ ଅଷ୍ଟ୍ରେଲିଆ ପଠା ଯାଇଥିଲା ବୋଲି ଲେଖିଥିଲେ ।
Follow Us