ମେ ୧୨ରେ ଗୁରୁଗ୍ରାମ୍‌ରେ ମତଦାନ କରିବେ ବିରାଟ, ସୋସିଆଲ ମିଡିଆରେ ଭୋଟର ଆଇଡିର ଫଟୋ ସେୟାର କରି ଦେଲେ ସୂଚନା

Advertisment
ମେ ୧୨ରେ ଗୁରୁଗ୍ରାମ୍‌ରେ ମତଦାନ କରିବେ ବିରାଟ, ସୋସିଆଲ ମିଡିଆରେ ଭୋଟର ଆଇଡିର ଫଟୋ ସେୟାର କରି ଦେଲେ ସୂଚନା

ThePrint

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀ ୨୦୧୯ ଲୋକସଭା ନିର୍ବାଚନରେ ମତଦାନ କରି ପାରିବେ ନାହିଁ ବୋଲି ଖବର ମିଳିଥିବା ବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିରାଟ ମେ ୧୨ରେ ଗୁରୁଗ୍ରାମରେ ମତଦାନ କରିବେ ବୋଲି ଜଣାପଡ଼ିଛି । ଏ ନେଇ ବିରାଟ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଭୋଟର ଆଇଡିର ଫଟୋ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି । ଫଟୋ ସେୟାର କରି, ମେ ୧୨ରେ ଗୁରୁଗ୍ରାମରେ ମତଦାନ କରିବା ପାଇଁ ମୁଁ ପ୍ରସ୍ତୁତ । ଆପଣମାନେ ପ୍ରସ୍ତୁତ ତ? ବୋଲି ଲେଖିଥିଲେ ବିରାଟ କୋହଲୀ ।

publive-image navbharattimes.indiatimes.com

ପୂର୍ବରୁ ଖବର ମିଳିଥିଲା କି, ବିରାଟ ମଧ୍ୟ ପତ୍ନୀ ଅନୁଷ୍କାଙ୍କ ସହ ମୁମ୍ବାଇରେ ଭୋଟ୍‌ ଦେବାକୁ ଇଚ୍ଛୁକ ଥିଲେ। ମାତ୍ର ସେ ମୁମ୍ବାଇରେ ଆବେଦନ କରିଥିଲେ ମଧ୍ୟ ତାଙ୍କର  ଭୋଟର୍‌ ଆଇକାର୍ଡ ହୋଇ ପାରି ନଥିଲା। ଭୋଟିଂ କାର୍ଡ ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ ୩୦ ଥିବା ବେଳେ କ୍ରିକେଟର୍‌ କୋହଲି ସମୟ ସୀମା ପୂର୍ବରୁ ଭୋଟ୍‌ର ଆଇକାର୍ଡ ପାଇଁ ଆବେଦନ କରି ପାରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe