ସେମି ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ପତ୍ନୀଙ୍କ ସହ ବୁଲାବୁଲି କରି ନିଜକୁ ରିଫ୍ରେସ୍‌ କରାଇଥିଲେ କ୍ୟାପ୍‌ଟେନ୍‌ କୋହଲି

Advertisment
ସେମି ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ପତ୍ନୀଙ୍କ ସହ ବୁଲାବୁଲି କରି ନିଜକୁ ରିଫ୍ରେସ୍‌ କରାଇଥିଲେ କ୍ୟାପ୍‌ଟେନ୍‌ କୋହଲି

Instagram

ମଞ୍ଚେଷ୍ଟର୍‌: ହେଡିଂଲିରେ ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ହରାଇବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଇଂଲଣ୍ଡର ମଞ୍ଚେଷ୍ଟର ବୁଲାବୁଲି କରି ମଜ୍ଜା କରିଥିବା ବେଳର ଫଟୋ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି।

View this post on Instagram

Good Morning ?

A post shared by Anushka Sharma FC ❥ (@anushkafcs) on

କ୍ୟାପ୍‌ଟେନ୍‌ କୋହଲି ନ୍ୟୁଜିଲାଣ୍ଡ୍‌ ସହ ହେବାକୁ ଥିବା ସେମି ଫାଇନାଲ୍‌ ମ୍ୟାଚ୍‌ର ଠିକ୍‌ ପୂର୍ବ ଦିନ ପତ୍ନୀଙ୍କ ସହ ଆଉଟିଂରେ ଯାଇ ନିଜକୁ ରିଫ୍ରେସ୍‌ କରାଇଛନ୍ତି।

ନିକଟରେ ଶ୍ରୀଲଙ୍କା ବିପକ୍ଷରେ ହୋଇଥିବା ମ୍ୟାଚ୍‌ରେ ଅନୁଷ୍କା ଗ୍ୟାଲେରିରେ ବସି ବିରାଟଙ୍କ ପାଇଁ ଚିୟର କରୁଥିବାର ଦେଖିବାକୁ ମିଳିଥିଲେ।

ଫଟୋରେ ଦୁହେଁ ବେଶ୍‌ ଖୁସି ଥିବାର ଦେଖିବାକୁ ମିଳିଛନ୍ତି। ଅନୁଷ୍କା ଏକ କଳା ରଂଗର ଗାଉନ୍‌ ପିନ୍ଧିଥିବା ବେଳେ ବିରାଟ ବି ଏକ ଟ୍ରେଣ୍ଡି ଲୁକ୍‌ରେ ନଜର ଆସିଛନ୍ତି। ସେମାନେ ବୁଲୁଥିବା ବେଳର ବିରାଟ ନେଇଥିବା ସେଲ୍‌ଫି ଇନଷ୍ଟାଗ୍ରାମରେ ଘୂରିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe