ଦିଲ୍ଲୀ ଯାଇ ମଧ୍ୟାହ୍ନ ଭୋଜନରେ ଏହି ଖାଦ୍ୟ ଖାଇଲେ ବିରାଟ

ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ରଣଜୀ ଟ୍ରଫି ପାଇଁ ଦିଲ୍ଲୀରେ ଅଛନ୍ତି। ସେଠାରେ ସେ ‌କ’ଣ ଖାଉଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଏବେ ତାଙ୍କ ମଧ୍ୟାହ୍ନ ଭୋଜନ ବିଷୟରେ କହିଛନ୍ତି ରୋଷେୟା ସଞ୍ଜୟ ଝା।

tviratkouh

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଏବେ ଦିଲ୍ଲୀରେ ଅଛନ୍ତି। ରଣଜୀ ଟ୍ରଫି ସେ ଏବେ ଦିଲ୍ଲୀରେ ଅଛନ୍ତି। ସୋମବାରଠାରୁ ବିରାଟ ଦିଲ୍ଲୀରେ ଥିବା ବେଳେ ସେଠାରେ ସେ କ’ଣ ସବୁ ଖାଉଛନ୍ତି, ତାକୁ ନେଇ ଚର୍ଚ୍ଚା ଚାଲିଛି। ସୋମବାର ବିରାଟ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଦିଲ୍ଲୀର ଛୋଲେ ପୁରୀ ପସନ୍ଦ ବୋଲି ଏହାକୁ ଅର୍ଡର କରାଯାଇଥିଲା। ହେଲେ ସେ ଛୋଲେ ପୁରୀ ବଦଳ‌‌ରେ କଡି ଚାୱଲ ଖାଇଥିଲେ।

ଏବେ ବିରାଟଙ୍କ ମଧ୍ୟାହ୍ନ ଭୋଜନ ସାମ୍ନାକୁ ଆସିଛି। ରୋଷେୟା ସଞ୍ଜୟ ଝା ଏହା ପ୍ରକାଶ କରିଛନ୍ତି। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ପ୍ରକାଶ କରିଛନ୍ତି ଯେ, ମଧ୍ୟାହ୍ନ ଭୋଜନ ବିରତି ସମୟରେ କୋହଲି ସ୍ଥାନୀୟ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ)କ୍ୟାଣ୍ଟିନରୁ ଚିଲି ପନିର ଖାଇବେ।

ତେବେ ବିରାଟଙ୍କ ପାଇଁ ଏହା ଘରକୁ ଫେରିବା ଭଳି । ୧୨ବର୍ଷ ପ‌ରେ ସେ ରଣଜୀ ଟ୍ରଫି ଖେଳୁଛନ୍ତି। ଦ୍ରୁତ ବୋଲର ନବଦୀପ ସୈନିଙ୍କୁ ଛାଡ଼ିଦେଲେ, ଦିଲ୍ଲୀ ଦଳର ଅନ୍ୟ ସମସ୍ତ ୧୮ଜଣ ସଦସ୍ୟ ତାଙ୍କୁ କେବଳ ଟିଭିରେ ଦେଖିଥିଲେ ଏବଂ 'ଚିକୁ' କିପରି ଭାରତୀୟ କ୍ରିକେଟର 'ରାଜା' ହେଲେ ତାହାର କାହାଣୀ ଶୁଣି ବଡ଼ ହୋଇଥିଲେ। ଗତ ୧୫ ବର୍ଷ ମଧ୍ୟରେ, ଦିଲ୍ଲୀର 'ଚିକୁ' ଏକ ମଳିନ ସ୍ମୃତି ପାଲଟି ଯାଇଛନ୍ତି। କାରଣ ସେ ଏବେ ବିଶ୍ୱ କ୍ରିକେଟରେ ସବୁଠାରୁ ବଡ଼ ବ୍ରାଣ୍ଡ ପାଲଟିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe