ଜନ୍ମଦିନରେ ଜାଣନ୍ତୁ ବିରାଟ କୋହଲିଙ୍କ ସମ୍ପତ୍ତି କେତେ?

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲି ଆଜି ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଆଜି ସେ କେତେ କୋଟିର ମାଲିକ ତାହା ଜାଣିବା।

anushkaaa

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ତଥା ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପାଇଁ ଆଜି ଏକ ବିଶେଷ ଦିନ। କାରଣ କ୍ରିକେଟର ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି | ଏହି ଅବସରରେ  ପ୍ରଶଂସକଙ୍କ ତରଫରୁ ତାଙ୍କୁ ଅନେକ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିିଛି। ଜନ୍ମଦିନ ଅବସରରେ ପ୍ରଶଂସକ ବିରାଟଙ୍କ ବିଷୟରେ ଅନେକ କିଛି ଜାଣିବାକୁ ଚାହୁଥିବା ବେ‌ଳେ ସେମଧ୍ୟରୁ ଗୋଟେ ହେଉଛି ତାଙ୍କ ସମ୍ପତ୍ତି।

ଯେତେବେଳେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବ୍ୟାଟ୍ ଧରି ପଡ଼ିଆକୁ ଓହ୍ଲାନ୍ତି ସେତେବେଳେ ରନ୍ ବର୍ଷା ହୁଏ। ଆଜି ସେ ୩୬ବର୍ଷ ବୟସରେ ପାଦ ଦେଇଛନ୍ତି । ଗୋଟିଏ ପଟେ ସେ କ୍ରିକେଟ୍ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରୁଥିବାବେଳେ ଅନ୍ୟ ପଟେ ସେ ଅନେକ କମ୍ପାନିରେ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଅଛନ୍ତି। କେବଳ ଏତିକି ନୁହେଁ ବିରାଟ କୋହଲି ଅନେକ କମ୍ପାନିରେ ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି ।

ତେବେ ଏସବୁରୁ ସେ କେତେ ଆୟ କରନ୍ତି ଏବଂ ଏବେ ସେ କେତେ କୋଟିର ମାଲିକ ଅଟନ୍ତି, ତାହା ଆପଣ ଜାଣନ୍ତି କି? ଖବର ଅନୁଯାୟୀ, କୋହଲିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୦୫୦ କୋଟି ଟଙ୍କା। ବିରାଟଙ୍କ ହାରାହାରି ବାର୍ଷିକ ଆୟ ପ୍ରାୟ ୧୫କୋଟି ଟଙ୍କା ହୋଇଥିବା ବେ‌ଳେ ମାସକୁ ସେ ପ୍ରାୟ ୧,୨୫,୦୦,୦୦୦ ଟଙ୍କା ରୋଜଗାର କରନ୍ତି। ଏହା ସହ ଗୋଟିଏ ସପ୍ତାହରେ କୋହଲିଙ୍କ ରୋଜଗାର ହେଉଛି ୨୮,୮୪,୬୧୫ଟଙ୍କା ଏବଂ ଗୋଟିଏ ଦିନରେ ସେ ପ୍ରାୟ ୫,୭୬,୯୨୩ ଟଙ୍କା ରୋଜଗାର କରନ୍ତି। ଏହା ଛଡ଼ା ବିସିସିଆଇ ପକ୍ଷରୁ ତାଙ୍କୁ ବାର୍ଷିକ ୭କୋଟି ଟଙ୍କା ମିଳୁଥିବା ବେଳେ ଓଡିଆଇ ପାଇଁ ସେ ୬ଲକ୍ଷ ଟଙ୍କା ଏବଂ ଟି-୨୦ ପାଇଁ ସେ ୩ଲକ୍ଷ ଟଙ୍କା ନେଉଥିବା ଜଣାପଡ଼ିଛି।

ରୋଜଗାର ଦୃଷ୍ଟିରୁ ବିରାଟ କୋହଲି ଦୁନିଆର ୧୦୦ଧନୀ ଖେଳାଳିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ବିରାଟ ଅନେକ ବିଳାସପୂର୍ଣ୍ଣ କାରର ମାଲିକ ଅଟନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ରିକେଟରଙ୍କ ପାଖରେ ଅଡି ଆରଏସ ୫, ଲ୍ୟାଣ୍ଡ ରୋଭର ଭୋଗ, ଅଡି କ୍ୟୁ୭ ଏବଂ ଅଡି ଏ୮ ଏଲଏମଏକ୍ସ ପରି ବିଳାସପୂର୍ଣ୍ଣ କାର୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe