virat kohli Photograph: (sambad.in)
ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନଂ୧ ମାନ୍ୟତା ପ୍ରଦାନ କରିଛି। ଦୀର୍ଘ ୪ ବର୍ଷ ପରେ ବିରାଟ ଏହି ନଂ୧ ସ୍ଥାନ ଫେରିପାଇଛନ୍ତି। ବୁଧବାର ପ୍ରକାଶିତ ସଦ୍ୟତମ ମାନ୍ୟତା ତାଲିକାରେ ବିରାଟ ୭୮୫ ଅଙ୍କ ସହ ନଂ୧ ସ୍ଥାନରେ ଅଛନ୍ତି। ଏହାପରେ ଭାରତୀୟ କ୍ରିକେଟପ୍ରେମୀ ଓ ବିରାଟଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। କିନ୍ତୁ ଏହି ଖୁସି ଅଧିକ ଦିନ ନ ରହିବା ପରି ଲାଗୁଛି। ତାଙ୍କର ଏହି ନଂ୧ ଆସନ ଏବେ ବିପଦରେ। ଏହି ବିପଦର କାରଣ ହେଉଛନ୍ତି ନ୍ୟୁଜିଲାଣ୍ଡର ତାରକା ବ୍ୟାଟ୍ସମ୍ୟାନ ଡାରିଲ ମିଚେଲ୍। ସେ ଏବେ ଯେପରି ଖେଳୁଛନ୍ତି, ଲାଗୁଛି ସେ ଖୁବଶୀଘ୍ର ବିରାଟଙ୍କୁ ଟପି ନଂ୧ ଆସନ ଅକ୍ତିଆର କରିବେ।
ଆହୁରି ପଢନ୍ତୁ- Air India: କଣ୍ଟେନର୍ ଫସିଯିବାରୁ ଦିଲ୍ଲୀ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ଇଞ୍ଜିନ କ୍ଷତିଗ୍ରସ୍ତ
ସଦ୍ୟତମ ଆଇସିସି ମାନ୍ୟତାରେ ବିରାଟଙ୍କୁ ୭୮୫ ଅଙ୍କ ପ୍ରଦାନ କରାଯାଇଥିବାବେଳେ ମିଚେଲଙ୍କୁ ୭୮୪ ଅଙ୍କ ପ୍ରଦାନ କରାଯାଇଛି। ଅର୍ଥାତ ବିରାଟଙ୍କଠାରୁ ମିଚେଲ ମାତ୍ର ଗୋଟିଏ ଅଙ୍କ ପଛରେ ରହିଛନ୍ତି। ବୁଧବାର ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ମ୍ୟାଚ ପୂର୍ବରୁ ଆଇସିସିର ତାଲିକା ପ୍ରକାଶ ପାଇଥିଲା। କିନ୍ତୁ ଏହି ମ୍ୟାଚରେ ବିରାଟ ମାତ୍ର ୨୩ ରନ କରି ଆଉଟ ହୋଇଥିବାବେଳେ ମିଚେଲ ଅପରାଜିତ ୧୩୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ। ଏହି ପାଳି ପରେ ତାଙ୍କର ଅଙ୍କ ଆହୁରି ବଢିବାର ସମ୍ଭାବନା ଅଛି। ଯଦି ୩ୟ ଦିନିକିଆରେ ବିରାଟ ଏକ ବଡ଼ ପାଳି ନ ଖେଳନ୍ତି, ତାଙ୍କର ନଂ୧ ଆସନ ହାତରୁ ଖସିଯିବା ନିଶ୍ଚିତ।
Follow Us