କୋହଲିଙ୍କ ଦରମା ପୂରା ପାକିସ୍ତାନ ଦଳର ଆୟ ସହ ସମାନ

କୋହଲିଙ୍କ ଦରମା ପୂରା ପାକିସ୍ତାନ ଦଳର ଆୟ ସହ ସମାନ

Republic World

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ବାର୍ଷିକ ଦରମା ପୂରା ପାକିସ୍ତାନ କ୍ରିକେଟ୍ ଦଳର ସବୁ ଖେଳାଳିଙ୍କ ବାର୍ଷିକ ଦରମା ସହ ସମାନ। ପାକିସ୍ତାନର ନୂଆ ବାର୍ଷିକ ଚୁକ୍ତିରୁ ଏହା ସ୍ପଷ୍ଟ ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ୨୦୨୦-୨୧ ଋତୁ ପାଇଁ ବାର୍ଷିକ ଚୁକ୍ତି ବିଷୟରେ ଘୋଷଣା କରିଛି। ଦ୍ରୁତ ବୋଲର ସାହିନ ଆଫ୍ରିଦି ଓ ଟେଷ୍ଟ ଅଧିନାୟକ ଆଝାର ଅଲ୍ଲୀ ଗ୍ରେଡ୍‌ ବି'ରୁ ଏ'କୁ ଉଠିଛନ୍ତି। ବାବଜର ଆଜମ ଏହି ଗ୍ରୁପ୍‌ର ଶୀର୍ଷସ୍ଥାନରେ ପୂର୍ବରୁ ଅଛନ୍ତି। ସେହିପରି ଇଫ୍‌ତିକାର ଅହମ୍ମଦ ଓ ନସୀମ ଶାହ ଉକ୍ତ ୧୮ଜଣିଆ ଖେଳାଳି ତାଲିକାରେ ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି। ତେବେ ସମସ୍ତ ୧୮ ଜଣ ଖେଳାଳିଙ୍କ ମୋଟ ଦରମା ସହ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବାର୍ଷିକ ଦରମା ପ୍ରାୟତଃ ସମାନ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ମହମ୍ମଦ ଆମିର, ଵାହାବ ରିଆଜ ଓ ହାସନ ଅଲ୍ଲୀ ଏହି ଚୁକ୍ତିରୁ ବାଦ୍‌ ପଡ଼ିଛନ୍ତି। ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଓ ୟାସିର ଶାହ ଗ୍ରେଡ୍‌ ଏ’ରୁ ବି’କୁ ଖସିଛନ୍ତି। ତେବେ ପିସିବି ଏହାର ଚୁକ୍ତି ତାଲିକା ଓ ପ୍ରାପ୍ୟ ବିଷୟରେ ଘୋଷଣା କରିବାର କିଛି ସମୟ ପରେ ପ୍ରଶ˚ସକମାନେ ଟ୍ବିଟରରେ ଭାରତ ଓ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଦର୍ଶାଇଥିଲେ। ପିସିବିର ଗ୍ରେଡ୍‌ ଏ’ ଖେଳାଳିଙ୍କୁ ଭାରତୀୟ ମୁଦ୍ରା ଅନୁସାରେ ବାର୍ଷିକ ପାଖାପାଖି ୬୨ ଲକ୍ଷ ଟଙ୍କା, ଗ୍ରେଡ୍‌ ବି’ ଖେଳାଳିଙ୍କୁ ପାଖାପାଖି ୪୩ ଲକ୍ଷ ଟଙ୍କା ଓ ଗ୍ରେଡ୍‌ ସି’ ଖେଳାଳିଙ୍କୁ ପାଖାପାଖି ୩୨ ଲକ୍ଷ ଟଙ୍କା ବାର୍ଷିକ ପ୍ରଦାନ କରାଯିବ। କିନ୍ତୁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ଖେଳାଳିମାନଙ୍କୁ ଏ+, ଏ, ବି ଓ ସି’ ଗ୍ରେଡ୍‌ରେ ବିଭକ୍ତ କରାଯାଇଛି। ଗ୍ରେଡ୍‌ ଏ+ ଖେଳାଳିଙ୍କୁ ବାର୍ଷିକ ୭ କୋଟି, ଗ୍ରେଡ୍‌ ଏ’କୁ ବାର୍ଷିକ ୫ କୋଟି, ଗ୍ରେଡ୍‌ ବି’କୁ ବାର୍ଷିକ ୩ କୋଟି ଓ ଗ୍ରେଡ୍‌ ସିକ୍’କୁ ବାର୍ଷିକ ୧ କୋଟି ଟଙ୍କା ଦରମା ବିସିସିଆଇ ଦେଉଛି। ଯେତେବେଳେ ଉଭୟ ବୋର୍ଡର ଶୀର୍ଷ ଗ୍ରେଡ୍‌ର ଦରମାକୁ ତୁଳନା କରାଯିବ ସେତେବେଳେ ଏହି ଦୁଇ ପାହ୍ୟା ଭିତରେ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳୁଛି।

ଯେତେବେଳେ ପାକିସ୍ତାନର ଶୀର୍ଷ ୩ ଜଣ ଖେଳାଳି ମିଳିତ ଭାବେ ପାଖାପାଖି ୨.୧୩ କୋଟି ଟଙ୍କା ଦରମା ପାଉଥିଲା ବେଳେ ବିସିସିଆଇ ଗ୍ରେଡ୍‌ ବି’ର ଜଣେ ଖେଳାଳି ୩.୦୫ କୋଟି ଟଙ୍କା ଦରମା ପାଉଛି। ସେହିପରି ପିସିବି ଏହାର ସମସ୍ତ ଚୁକ୍ତିଭୁକ୍ତ ଖେଳାଳିଙ୍କୁ ମୋଟ ଉପରେ ପାଖାପାଖି ସାଢେ ୭ କୋଟି ଟଙ୍କା ଦେଉଥିଲା ବେଳେ, ଏହି ରାଶି କେବଳ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଦରମାଠୁ ମାତ୍ର ୪୮ଲକ୍ଷ ଟଙ୍କା ଅଧିକ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe