ଆଇପିଏଲ ପୂର୍ବରୁ ୧୨ତମ ଟାଟୁ ଆଙ୍କିଲେ ବିରାଟ, ଶିଳ୍ପୀ କହିଲେ ଏଭଳି କଥା

Advertisment
ଆଇପିଏଲ ପୂର୍ବରୁ  ୧୨ତମ ଟାଟୁ ଆଙ୍କିଲେ ବିରାଟ,  ଶିଳ୍ପୀ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିକଟରେ ୨୦୨୩ ଇଣ୍ଡିଆନ ପ୍ରିମିୟର ଲିଗ ପୂର୍ବରୁ ନିଜ ହାତରେ ଏକ ନୂଆ ଟାଟୁ ଆଙ୍କିଛନ୍ତି। ବିରାଟଙ୍କ ଏହି ଟାଟୁ ଏବେ ଚର୍ଚ୍ଚାରେ ରହିଛି। ତେବେ ବିରାଟଙ୍କ ଏହା ପ୍ରଥମ ଟାଟୁ ନୁହେଁ।  ଏହାପୂର୍ବରୁ ସେ ୧୨ଟି ଟାଟୁ ତାଙ୍କ ଶରୀରରେ ଆଙ୍କି ସାରିଛନ୍ତି।

ଚର୍ଚ୍ଚାକୁ ଆସିଥିବା ବିରାଟଙ୍କ ଏହି ଟାଟୁକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଟାଟୁର କାରଣ ଜାଣିବାକୁ ଚାହିଁଛନ୍ତି। ଏହି କ୍ରମରେ ବିରାଟଙ୍କ ହାତରେ ଟାଟୁ ଆଙ୍କିଥିବା ଶିଳ୍ପୀ ସନି ଭାନୁଶାଳି ଏହାର କାରଣ ଜଣାଇଛନ୍ତି। ଏଥିସହିତ ନୂଆ ବଡ଼ି ଇଙ୍କର ମହତ୍ତ୍ବ କ’ଣ ତାହାବି କହିଛନ୍ତି।

ସନି ଭାନୁଶାଳି କହିଛନ୍ତି, ‘କିଛିଦିନ ତଳେ କୋହଲି ଆମର ଷ୍ଟୁଡିଓକୁ ଆସିଥିଲେ। ଏହି ସମୟରେ ସେ ତାଙ୍କ ଫୋନରେ କିଛି ଫଟୋ ସେଭ କରି ବି ଷ୍ଡୁଡିଓକୁ ଆଣିଥିଲେ। ଏହାକୁ ଦେଖାଇ କହିଥିଲେ, ‘‘ତୁମକୁ ଅନେକ ଦିନରୁ ଫଲୋ କରୁଛି, ଭଲ ଟାଟୁ ଆଙ୍କ ତୁମେ ଯାହା ମୁଁ ଜାଣିବାକୁ ପାଇଛି।’’

କୋହିଲିଙ୍କ ଠାରୁ ଏଭଳି କଥା ଶୁଣି ମୁଁ ବହୁତ ଖୁସି ହୋଇଯାଇଥିଲି। କୋହିଲି ତାଙ୍କ ପୁରା ଟାଟୁକୁ ନୂଆଶୈଳୀ‌ରେ ଦେଖିବାକୁ ଚାହୁଁଥିଲେ। ସେ ତାଙ୍କ ଟାଟୁରେ ଆଧ୍ୟାତ୍ମିକତା ଏବଂ ଜୀବନର ଗଠନକୁ ଦର୍ଶାଇବାକୁ କହିଥିଲେ |  ପୁରା ଟାଟୁକୁ ପ୍ରସ୍ତୁତ କରିବା ପାଇଁ ଦୁଇଦିନ ଲାଗିଥିଲା। ପ୍ରଥମେ ମୁମ୍ବାଇରେ ୬ଘଣ୍ଟାରେ ଟାଟୁ ଅଙ୍କା ଯାଇଥିଲା,ପରେ ବିରାଟଙ୍କ କାମ ହେତୁ ବେଙ୍ଗାଲୁରୁରେ ୧୨ଘଣ୍ଟା ଲାଗିବା ପରେ ବିରାଟ ଯେମିତି ଚାହୁଁଥିଲେ ତାଙ୍କ ହାତରେ ସେମିତି ଟାଟୁ ଆଙ୍କି ପାରିଥିଲି। ଏଥିପାଇଁ ମୁଁ ସ୍ଥିର ମନରେ ତାଙ୍କ ହାତରେ ଟାଟୁ ଆଙ୍କିଥିଲି. ଯେମିତି କୌଣସି ସ୍ଥାନରେ ତ୍ରୁଟି ନରହିଯାଉ। ଏବେ ଦେଖିବାକୁ ବାକି ରହିଲା ବିରାଟ ଆଙ୍କିଥିବା ଏହି ଟାଟୁ ତାଙ୍କୁ କେତେ ଶୁଭଫଳ ଦେଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe