ଆର୍‌ସିବି ଯାତ୍ରାର ଝଲକ ଦେଖାଇଲେ କୋହଲି

Advertisment
କୋହଲିଙ୍କ ଫର୍ମ ପାଇଁ ଆର୍‌ସିବିର ଆତ୍ମବିଶ୍ବାସ

Hindustan Times

ବେଙ୍ଗାଲୁରୁ: ୟୁଏଇରେ ଆଇପିଏଲ୍‌ ଆୟୋଜନକୁ ଆଉ ମାତ୍ର କିଛି ଦିନ ବାକି ଥିଲା ବେଳେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସହ ନିଜ ସୁଦୀର୍ଘ ଓ ଘଟଣା ବହୁଳ ଯାତ୍ରାର ଝଲକ ଦେଖାଇଛନ୍ତି ଅଧିନାୟକ ବିରାଟ ‌କୋହଲି। ୩୧ ବର୍ଷୀୟ କୋହଲି ଆର୍‌ସିବି ଅଧିନାୟକ ଭାବେ ବିଭିନ୍ନ ସମୟରେ ଦେଇଥିବା ସାକ୍ଷାତକାରର ଭିଡିଓ ସଙ୍କଳନ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଏହି ମନୋବଳବୃଦ୍ଧିକାରୀ ଭିଡିଓରେ ଆର୍‌ସିବି ଖେଳାଳିଙ୍କ ପ୍ରଶିକ୍ଷଣ ଏବଂ ପରଦା ପଛର ଅନେକ ରୋଚକ ଘଟଣାର ଭିଡିଓ କ୍ଲିପ୍ ବି ରହିଛି। ଭିଡିଓ ପ୍ରକାଶ କରି ‌କୋହଲି ତା ତଳେ ଲେଖିଛନ୍ତି ଯେ ଆଇପିଏଲ୍‌-୧୩ ପାଇଁ ମୁଁ ବ୍ୟଗ୍ର। ନିଷ୍ଠାପର ଭାବନା ଅନ୍ୟସବୁ କଥାଠାରୁ ବହୁ ଉପରେ। ଆଗକୁ ଯାହା ଆସିବାକୁ ଅଛି, ତାକୁ ଆଉ ଅପେକ୍ଷା କରି ହେଉନି। ତାଙ୍କର ଏହି ଭିଡିଓ ଉପରେ ଆର୍‌ସିବି ମଧ୍ୟ ପ୍ରତିକ୍ରିୟା ଦେଇ 'ଅଧିନାୟକ ଆମେ ଆପଣଙ୍କୁ ଭଲ ପାଉ' ବୋଲି ଲେଖିଛି। ଏହା ପୂର୍ବରୁ କୋହଲି ନିଜ ଆର୍‌ସିବି ସାଥୀ ଖେଳାଳିଙ୍କ ସହ ଉଠାଇଥିବା ଦୁଇଟି ଫଟୋ ପ୍ରକାଶ କରିଥିଲେ। ଯାହାକୁ ପ୍ରଶଂସକ ବେଶ୍ ପସନ୍ଦ କରିଥିଲେ। କରୋନା ସଙ୍କଟ ଜନିତ ୬ ମାସର ବ୍ୟବଧାନ ପରେ କୋହଲି ଆଇପିଏଲ୍-୧୩ ଜରିଆରେ କ୍ରିକେଟ୍‌କୁ ଫେରିବେ। ଯାହା ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ। କୋହଲିଙ୍କ ନେତୃତ୍ବାଧୀନ ଆରସିବି ୨୦୧୯ ଓ ୨୦୧୭ରେ ଶେଷ ସ୍ଥାନରେ ରହିଥିଲା। ଶେଷ ଥର ପାଇଁ ଏହି ଦଳ ୨୦୧୬ରେ ଫାଇନାଲ୍ ଖେଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe