ଗତ ଦଶନ୍ଧିର ଆରମ୍ଭ ଏବଂ ଶେଷକୁ ନେଇ ‘ଦଶନ୍ଧି ଆହ୍ବାନ’ ବା ‘ଡେକାଡ୍ ଚ୍ୟାଲେଞ୍ଜ୍’ ନାମରେ ଏକ ପ୍ରତିଯୋଗିତା ସାମାଜିକ ଗଣମାଧ୍ୟମରେ ଆରମ୍ଭ ହୋଇଯାଇଛି। ଏଥିରେ ଜଣଙ୍କ ବ୍ୟକ୍ତିଗତ ଜୀବନ ଗତ ୧୦ ବର୍ଷ ମଧ୍ୟରେ କେମିତି ଏବଂ କିଭଳି ଭାବେ ପରିବର୍ତନ ହୋଇଛି, ସେକଥା ଫଟୋ କିମ୍ବା ଲେଖା ମାଧ୍ୟମରେ ଦର୍ଶାଇବାକୁ କୁହାଯାଇଛି। ଅନେକ ଲୋକପ୍ରିୟ ଭାରତୀୟ ତାରକା ଏହି ଆହ୍ବାନକୁ ଗ୍ରହଣ କରି ସାରିଥିଲା ବେଳେ ଏବେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏଥିରେ ସାମିଲ ହୋଇଛନ୍ତି। ଦୁଇଟି ପୁରୁଣା ଫଟୋକୁ ପ୍ରକାଶ କରି କୋହଲି ଗତ ୧୦ ବର୍ଷର ଜାଜ୍ଜୁଲ୍ୟମାନ କ୍ରିକେଟ୍ ଅଭିଯାନକୁ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ପ୍ରଥମ ଫଟୋରେ ସେ ନିଜ ଦୁଇ ହାତରେ ଦୁଇଟି ଚପଲକୁ ଊଠାଇ ଧରିଛନ୍ତି। ଦ୍ବିତୀୟ ଫଟୋରେ ହଳେ ଜୋତାକୁ ତଳମୁହାଁ କରି ଧରିଛନ୍ତି। ଏହା ତଳେ କୋହଲି ଲେଖିଛନ୍ତି ଯେ ସ୍ଲିପର ଚପଲରୁ ଆରମ୍ଭ, ଏବେ ଆମେ ଏଠି (ଜୋତାକୁ ଦେଖାଇ) @ ପୁମା କ୍ରିକେଟ୍ (ପୁମା ବ୍ରାଣ୍ଡର ଦାମୀ ଜୋତା ଉପଲକ୍ଷେ)। ୩୧ ବର୍ଷୀୟ କୋହଲି ଗତ ଦଶନ୍ଧିରେ ୨୨ ଶତକ ସହ ୫୭୭୫ ଅନ୍ତର୍ଜାତୀୟ ରନ୍ ସଂଗ୍ରହ କରିଛନ୍ତି।
‘ଦଶନ୍ଧି ଆହ୍ବାନ’ ପାଇଁ ଦୁଇ ଫଟୋ ସେୟାର କଲେ ବିରାଟ
Advertisment
Follow Us