ଏହି ହାତ ଅସ୍ତ୍ର ଧରିବା ଛାଡ଼ି ଦେଇଛି କିନ୍ତୁ ଏହାକୁ ଚଳାଇବା ଭୁଲିନାହିଁ : ବୀରେନ୍ଦ୍ର ସେହେଓ୍ଵାଗ

Advertisment
ଏହି ହାତ ଅସ୍ତ୍ର ଧରିବା ଛାଡ଼ି ଦେଇଛି କିନ୍ତୁ ଏହାକୁ ଚଳାଇବା ଭୁଲିନାହିଁ : ବୀରେନ୍ଦ୍ର ସେହେଓ୍ଵାଗ

Hindustan Times

ନୂଆଦିଲ୍ଲୀ : ସ୍ୱିଜରଲାଣ୍ଡର ଜଣାଶୁଣା ପର୍ଯ୍ୟଟନ ସ୍ଥଳ ସେଣ୍ଟ ମୋରିଟ୍ଜଠାରେ ଗତକାଲି ସେଣ୍ଟ ମୋରିଟ୍ଜ ସ୍ନୋ କ୍ରିକେଟ ୨୦୧୮ ଆୟୋଜିତ ହୋଇଥିଲା । ଏଥିରେ ଭାରତ, ପାକିସ୍ତାନ , ନ୍ୟୁଜିଲାଣ୍ଡ , ଅଷ୍ଟ୍ରେଲିଆ , ଶ୍ରୀଲଙ୍କା, ଇଂଲଣ୍ଡ , ସାଉଥ ଆଫ୍ରିକାର ବିଭିନ୍ନ ଖେଳାଳି ଭାଗ ନେଇଥିଲେ । ଗୋଟିଏ ଟିମ୍‌ର ଅଧିନାୟକ ବୀରେନ୍ଦ୍ର ସେହେଓ୍ଵାଗ ଥିବା ବେଳେ ଅନ୍ୟ ଟିମ୍‌ର ଅଧିନାୟକ ରହିଥିଲେ ସାହିଦ୍‌ ଅଫ୍ରିଦି । ଏହି ମ୍ୟାଚ ଅନ୍ୟ କ୍ରିକେଟ ମ୍ୟାଚ ଅପେକ୍ଷା ଭିନ୍ନ ଥିଲା । କାରଣ ଏଠାରେ କ୍ରିକେଟ ମାଟି ପିଚ ନୁହଁ ବରଂ ୨୨ ୟାର୍ଡ଼ର ବରଫର ପିଚରେ ଖେଳା ଯାଇଥିଲା । ସବୁବେଳେ ପାକିସ୍ତାନ ବିରୁଦ୍ଧରେ ଭଲ ପ୍ରଦର୍ଶନ କରୁଥିବା ସେହେଓ୍ଵାଗ ପୁଣିଥରେ ପାକିସ୍ତାନ ଖେଳାଳିଙ୍କ ଉପରେ ବର୍ଷିଥିଲେ ଏହି ମ୍ୟାଚରେ। ସେ ୩୧ ବଲରେ ହାସଲ କରିଥିଲେ ୬୨ ରନ। ଏହି ମ୍ୟାଚପରେ ସେ ତାଙ୍କର ଟ୍ଵିଟରରେ ଲେଖିଥିଲେ "ଏହି ହାତ ଅସ୍ତ୍ର ଧରିବା ଛାଡ଼ିଛି କିନ୍ତୁ ଏହାକୁ ଚଳାଇବା ନୁହଁ "।


ସେହେଓ୍ଵାଗ ପ୍ୟାଲେସ ଡ଼ାଇମଣ୍ଡ ଟିମର ଅଧିନାୟକ ହୋଇଥିବା ବେଳେ ରୟାର୍ଲ୍ସର ଅଧିନାୟକ ହୋଇଥିଲେ ସାହିଦ ଅଫ୍ରିଦି । ପ୍ରଥମ ବୋଲିଂ କରିବା ପାଇଁ ଆସିଥିବା ସହେଓ୍ଵାଗଙ୍କ ଟିମ ୨୦ ଓଭରରେ ସ୍କୋର କରିଥିଲା ୧୬୪ ରନ । ଯେଉଁଥିେରେ ସବୁଠାରୁ ଅଧିକ ରନ ୬୨ କରିଥିଲେ ସେହେଓ୍ଵାଗ । ସେ ସୋଏବ ଅଖତର ଓ ଅବଦୁଲ ରଜ୍ଜାକଙ୍କ ବଲରେ ଚଉକା ଛକ୍କା ଲଗାଇଥିଲେ । ପରେ ସୋଏବଙ୍କ ବଲରେ ସେ ଆଉଟ ହୋଇଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe