ରାମ ଅବତାରରେ ସଚିନ ଓ ସେହେଓ୍ଵାଗ ହେଲେ ହନୁମାନ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

Advertisment
ରାମ ଅବତାରରେ ସଚିନ ଓ ସେହେଓ୍ଵାଗ ହେଲେ ହନୁମାନ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହେଓ୍ଵାଗ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ଥାଆନ୍ତି। ଛୋଟ ଛୋଟ ଟୁଇଟ କରିବାରେ ସେହେଓ୍ଵାଗ ମାହିର। ପୁଣି ଥରେ ସେ ଟୁଇଟ କରି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଟୁଇଟରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମ୍ପର୍କରେ ଟୁଇଟ କରିଛନ୍ତି। ସୋସିଆଲ ମିଡିଆରେ ସଚିନ ଓ ସେହେଓ୍ଵାଗଙ୍କ ଫଟୋ ବହୁତ ଭାଇରାଲ ହେଉଛି। ଏହି ଫଟୋକୁ ସେହେଓ୍ଵାଗ ନିଜର ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋରେ ସଚିନ ରାମ ଅବତାରରେ ଛିଡ଼ା ହୋଇଛନ୍ତି ଓ ସେ ତାଙ୍କ ସମ୍ମୁଖରେ ଆଣ୍ଠୁମାଡି ବସିଥିବା ସେହେଓ୍ଵାଗଙ୍କ କାନ୍ଧରେ ହାତ ରଖିଛନ୍ତି। ସେହିଭଳି ସେହେଓ୍ଵାଗ କାନ୍ଧରେ ଗଦା ଭଳି ଦେଖାଯାଉଥିବା ଏକ ଜିନିଷ ଧରିଛନ୍ତି। ଫଟୋରେ ଉଭୟେ ହସୁଥିବା ଜଣାପଡ଼ିଛି।

ଫଟୋକୁ ଦେଖି କେହି ବି ଏହା କହି ପାରିବେ ଯେ, ଉଭୟ ମଜାମସ୍ତି କରୁଛନ୍ତି। ଅନୁମାନ କରାଯାଇ ପାରିବ ଯେ, ସେମାନେ ଭଗବାନ ଓ ହନୁମାନଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଫଟୋ କ୍ୟାପସନରେ ସେହେଓ୍ଵାଗ ଲେଖିଛନ୍ତି, ଯେତେବେଳେ ଆପଣ ଭଗବାନ ସଚିନ ତେନ୍ଦୁଲକରଙ୍କ ସହିତ ଥିବେ ଏହା ଭଲ ହେବ ଯେ, ତାଙ୍କ ପାଦ ତଳେ ବସିଯାଅ। ଉଭୟ କ୍ରିକେଟରଙ୍କ ପ୍ରଶଂସକମାନେ ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି। ଲୋକ ସଚିନ ଓ ସେହେଓ୍ଵାଗଙ୍କ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe