ଟିମ୍ ଇଣ୍ଡିଆର ପୂର୍ବତନ ଧୂଆଁଧାର ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କ ବଡ ବୟାନ: ଚଳିତ ବିଶ୍ୱକପ ଟାଇଟଲ ରେସରେ ସବୁଠୁ ଆଗରେ ରହିଛି ଇଂଲଣ୍ଡ

ଟିମ୍ ଇଣ୍ଡିଆର ପୂର୍ବତନ ଧୂଆଁଧାର ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କ ବଡ ବୟାନ: ଚଳିତ ବିଶ୍ୱକପ ଟାଇଟଲ ରେସରେ ସବୁଠୁ ଆଗରେ ରହିଛି ଇଂଲଣ୍ଡ

Sify.com

ନୂଆଦିଲ୍ଲୀ : ବିଶ୍ୱକପରେ ଭାରତୀୟ ଟିମକୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ ଧୂଆଁଧାର ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କ ବଡ ବୟାନ। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାରଙ୍କ ୟୁଟ୍ୟୁବ ଚ୍ୟାନେଲରେ ବିରାଟ ବାହିନୀକୁ ବଡ ଭବିଷ୍ୟବାଣୀ କରିଛନ୍ତି ନଜଫଗଡର ନୱାବ। ସେହୱାଗଙ୍କ ଭବିଷ୍ୟତବାଣୀ ଅନୁଯାୟୀ, ଚଳିତ ବିଶ୍ୱକପ ଟାଇଟଲ ରେସରେ ସବୁଠୁ ଆଗରେ ରହିଛି ଇଂଲଣ୍ଡ।

ଇଂଲଣ୍ଡ ପାଖରେ ଲମ୍ବା ବ୍ୟାଟିଂ ଲାଇନ ଅପ୍ ରହିଛି। ଟିମରେ ସ୍ଥାନ ପାଇଥିବା ୧୧ ଜଣ ଖେଳାଳି ବ୍ୟାଟିଂ କରିବାକୁ ସକ୍ଷମ। ଏହି ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ୭ ଜଣ ବୋଲିଂ କରିବାକୁ ସକ୍ଷମ। ତେଣୁ ଇଂଲଣ୍ଡକୁ ମାତ୍ ଦେବାକୁ ହେଲେ ଭାରତର ଟପ୍ ଅର୍ଡରକୁ ଦମଦାର ପ୍ରଦର୍ଶନ କରିବାକୁ ପଡିବ। ସେହିଭଳି ବୋଲିଂରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାକୁ ପଡିବ। ଉଭୟ ଟିମ୍ ଫାଇନାଲ ଓ ସେମିଫାଇନାଲ ପୂର୍ବରୁ ମୁହାଁମୁହିଁ ହେବେ। ଆଉ ଏହି ମ୍ୟାଚରୁ ହିଁ ସ୍ପଷ୍ଟ ହୋଇଯିବ ଯେ, କେଉଁ ଟିମ୍ କାହା ଉପରେ ଭାରି ପଡିବ।

ଇଂଲଣ୍ଡ ଚଳିତ ବିଶ୍ୱକପର ସବୁଠୁ ବଡ ଦାବିଦାର। ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି। ଏପରିକି ଅଧିନାୟକ ଇଆନ ମୋର୍ଗାନ ମଧ୍ୟ ଏବେ ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି। ତେବେ ସୋଏବ ଅଖତର ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଠାରୁ ଅଧିକ ଶକ୍ତିଶାଳୀ ବୋଲି ଟ୍ୟାଗ୍ ଦେଇଛନ୍ତି। ଚାପରେ ବ୍ୟାଟିଂ କରିବାର ଦକ୍ଷତା ଭାରତ ପାଖରେ ରହିଛି। ଲମ୍ବା ବ୍ୟାଟିଂ ଲାଇନ ଅପ୍ ସହ ବୋଲିଂରେ ମଧ୍ୟ ଜବରଦସ୍ତ ଫର୍ମରେ ଅଛି ଟିମ୍ ଇଣ୍ଡିଆ। ଏକ ସନ୍ତୁଳିତ ଟିମ୍ ନେଇ ବିଶ୍ୱକପକୁ ଓହ୍ଲାଇଛି ବିରାଟ ବାହିନୀ। ଯାହା ଅନ୍ୟ ଟିମ୍ ପାଖରେ ନାହିଁ। ତେଣୁ ଚଳିତ ଥର ଇଂଲଣ୍ଡ ଓ ଭାରତ ମଧ୍ୟରେ ବିଶ୍ୱକପ ଟାଇଟଲ ପାଇଁ ଫାଇନାଲ ମୁକାବିଲା ଦେଖିବାକୁ ମିଳିପାରେ ବୋଲି କହିଛନ୍ତି ସୋଏବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe