ଇଡେନ୍‌ରେ ୭ ୱିକେଟ୍ ନେଇଥିଲେ ସ୍ବାମୀ ବିବେକାନନ୍ଦ

Advertisment
ଇଡେନ୍‌ରେ ୭ ୱିକେଟ୍ ନେଇଥିଲେ ସ୍ବାମୀ ବିବେକାନନ୍ଦ

କୋଲକାତା: ମଙ୍ଗଳବାର ଦେଶସାରା ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ ତଥା ଜାତୀୟ ଯୁବ ଦିବସ ପାଳନ କରା ଯାଇଥିଲାବେଳେ କ୍ରିକେଟ୍ ଦୁନିଆ ବି ଏହି ମହାନ ସାଧୁଙ୍କ କ୍ରୀଡ଼ା ନିପୁଣତାକୁ ମନେ ପକାଇଛି। ଯୁବାବସ୍ଥାରେ ନରେନ୍ଦ୍ରନାଥ ଦତ୍ତ ନାମରେ ପରିଚିତ ଥିବା ବିବେକାନନ୍ଦ ଏକଦା ଐତିହାସିକ ଇଡେନ୍ ଗାର୍ଡେନ୍ସରେ ୭ ୱିକେଟ୍ ସଫଳତା ପାଇଥିଲେ। ହେମ ଚନ୍ଦ୍ର ଘୋଷଙ୍କ ମାର୍ଗଦର୍ଶନରେ କ୍ରିକେଟ୍ ଖେଳିଥିବା ଯୁବ ବିବେକାନନ୍ଦ ଟାଉନ୍ କ୍ଲବ୍ ପାଇଁ ପ୍ରତିନିଧିତ୍ବ କରି କୋଲକାତା କ୍ରିକେଟିଂ କ୍ଲବ୍‌ ବିପକ୍ଷରେ ୭ ୱିକେଟ୍ ସଫଳତା ଅର୍ଜନ କରିଥିଲେ।

୨୦ ବର୍ଷୀୟ ନରେନ୍ଦ୍ରନାଥଙ୍କ ପାଇଁ ଏହି ମ୍ୟାଚ୍‌ ମଧ୍ୟ ସ୍ବତନ୍ତ୍ର ହୋଇଥିଲା। କାରଣ ଇଡେନ୍‌ ଗାର୍ଡେନ୍ସ ପଡିଆ ଏବଂ ଇଣ୍ଡୋ-ବ୍ରିଟିସ୍ କ୍ରିକେଟ୍ ସମ୍ପର୍କର ୨୦ ବର୍ଷ ପୂ୍ର୍ତ୍ତି ଅବସରରେ ଏହି ଐତିହାସିକ ମ୍ୟାଚ୍‌ ଖେଳାଯାଇଥିଲା। ଗୁରୁ ହେମ ଚନ୍ଦ୍ର ଘୋଷଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି ସେ ଗୋଟିଏ ପରେ ଗୋଟିଏ ୱିକେଟ୍ ଦଖଲ କରିଥିଲେ। ମଙ୍ଗଳବାର ବିବେକାନନ୍ଦଙ୍କ ୧୫୮ତମ ଜନ୍ମତିଥି ପର୍ଯ୍ୟନ୍ତ ମଧ୍ୟ ସେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ରହି ଆସିଛନ୍ତି। କେବଳ ଯୁବ ସମାଜ ନୁହେଁ ସମଗ୍ର ମାନବଜାତି ପାଇଁ ସେ ନିଛକ ‘ଅଲ୍‌ ରାଉଣ୍ଡର୍‌’ ରହି ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe