‘ଏନ୍‌ସିଏ’ର ମୁଖ୍ୟ ଭାବେ ଦାୟିତ୍ବ‌ ନେବେ ଭିଭିଏସ୍‌ ଲକ୍ଷ୍ମଣ: ସୌରଭ ଗାଙ୍ଗୁଲୀ

Advertisment
ଆୟର୍ଲାଣ୍ଡରେ ଲକ୍ଷ୍ମଣ ପ୍ରଶିକ୍ଷକ: ବିସିସିଆଇ

Image Courtesy of NDTV

ନୂଆଦିଲ୍ଲୀ: ଭାରତର ପୂର୍ବତନ ବ୍ୟାଟ୍‌ସ୍‌ମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ ‘ନ୍ୟାସ୍‌ନାଲ୍‌ କ୍ରିକେଟ୍‌ ଏକାଡେମି’ର (ଏନ୍‌ସିଏ) ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ବୋଲି ଆଜି ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ର (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ସୁନିଶ୍ଚିତ କରି କହିଛନ୍ତି।

‘ଏନ୍‌ସିଏ’ର ମୁଖ୍ୟ ଭାବେ ଲକ୍ଷ୍ମଣ ଦାୟିତ୍ବ ନେଉଛନ୍ତି କି, ବୋଲି ଏକ ସମ୍ବାଦ ସରବରାହ ସଂସ୍ଥାନ ପଚାରିବାରୁ ସୌରଭ କହିଛନ୍ତି, ହଁ। ଖେଳ ସମୃଦ୍ଧ କରିବା ପାଇଁ କ୍ରିକେଟ୍‌ ବ୍ୟବସ୍ଥାରେ ପୂର୍ବତନ କ୍ରିକେଟ୍‌ ଖେଳାଳିମାନଙ୍କୁ ସାମିଲ କରିବା ବିଷୟରେ ସୌରଭ ସବୁବେଳେ କହନ୍ତି। କିଛି ଦିନ ତଳେ ସେ ରାହୁଲ୍‌ ଦ୍ରାବିଡ଼ଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ୍‌ ହେବା ପାଇଁ ରାଜି କରାଇଥିଲେ।

ପୂର୍ବରୁ ପ୍ରାପ୍ତ ସୂଚନା ମୁତାବକ, କେବଳ ‘ବିସିସିଆଇ’ ମୁଖ୍ୟ ନୁହନ୍ତି, ସଚିବ ଜୟ ଶାହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଚାହାନ୍ତି ଯେ, ଲକ୍ଷ୍ମଣ ‘ଏନ୍‌ସିଏ’ର ମୁଖ୍ୟ ହୁଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe