ବଲ୍‌ ବିକୃତ ବିବାଦ ପରେ ଓ୍ଵାର୍ନରଙ୍କ ପତ୍ନୀଙ୍କ ଗର୍ଭପାତ ହୋଇଥିଲା

Advertisment
ବଲ୍‌ ବିକୃତ ବିବାଦ ପରେ ଓ୍ଵାର୍ନରଙ୍କ ପତ୍ନୀଙ୍କ ଗର୍ଭପାତ ହୋଇଥିଲା

ସିଡନି: ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ଟାଉନ ଟେଷ୍ଟରେ ହୋଇଥିବା ବଲ୍‌ ବିକୃତ ବିବାଦ ପାଇଁ କେବଳ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ କଳଙ୍କ ବୋଳି ହୋଇ ଯାଇ ନଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କ୍ରିକେଟ୍‌ ଅଷ୍ଟ୍ରେଲିଆ ଦ୍ୱାରା ନିଲମ୍ବିତ ହୋଇଥିବା ତିନି ଜଣ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଡେଭିଡ୍‌ ଓ୍ଵାର୍ନରଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଦୁଃଖ ଭରି ଯାଇଥିଲା। ନିନ୍ଦା ଓ ଅପମାନ ସହ କ୍ରିକେଟ୍‌ରୁ ବର୍ଷକ ପାଇଁ ବାସନ୍ଦ ହୋଇଥିବା ଓ୍ଵାର୍ନରଙ୍କ ପତ୍ନୀ କ୍ୟାଣ୍ଡିିସଙ୍କର ଏହି କାରଣରୁ ମାନସିକ ଅବସାଦ ଏତେ ପରିମାଣରେ ବଢ଼ି ଯାଇଥିଲା ସେ ତାଙ୍କର ଗର୍ଭପାତ ମଧ୍ୟ ହୋଇ ଯାଇଥିଲା। ସାରା ଦୁନିଆର ଟାହି ଟାପରା ସହ ଦକ୍ଷିଣ ଆଫ୍ରିକା ପ୍ରଶଂସକମାନେ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ନେଇ କରିଥିବା କାଣ୍ଡର ପ୍ରଭାବ ବିଷାଦଗ୍ରସ୍ତ କ୍ୟାଣ୍ଡିସଙ୍କ ଉପରେ ଏପରି ପଡ଼ିଥିଲା ଯେ ସେ ନିଜ ତୃତୀୟ ସନ୍ତାନକୁ ଗର୍ଭରେ ହିଁ ହରାଇ ବସିଥିଲେ। ନିଜେ କ୍ୟାଣ୍ଡିସ୍‌ ଏହି ଦୃଦୟ ବିଦାରକ ଓ ଦୁଃଖଦ ଘଟଣା ଉପରୁ ପରଦା ଉଠାଇଛନ୍ତି। ଏହି ବିବାଦୀୟ ଘଟଣା ଘଟିଲା ବେଳକୁ ସେ ଦୁଇ ସପ୍ତାହର ଗର୍ଭବତୀ ଥିଲେ। ଏହି ବିଷୟରେ ସୂଚନା ଦେଇ କ୍ୟାଣ୍ଡ୍ରିସ୍‌ କହିଛନ୍ତି ଯେ ମୁଁ ଗାଧୁଆ ଘରୁ ଡେଭ୍‌ଙ୍କୁ ଡାକି ରକ୍ତ ବାହାରୁଥିବା କଥା କହିଥିଲି। ସେତେବେଳକୁ ଆମେ ଜାଣି ସାରିଥିଲୁ ଯେ ମୋର ଗର୍ଭପାତ ହୋଇ ଯାଇଛି। ଏହା ପରେ ଆମେ ପରସ୍ପରକୁ ଧରି ଜୋରରେ କାନ୍ଦିଥିଲୁ। ବିବାଦୀୟ ଦକ୍ଷିଣ ଆଫ୍ରିକା ଗସ୍ତର ଅନ୍ତ ଆମ ପାଇଁ ଏହି ଭଳି ଦୁଃଖଦ ସ୍ଥିତି ଆଣି ଦେଇଥିଲା ବୋଲି ଉଭୟ ଓ୍ଵର୍ନର ଓ କ୍ୟାଣ୍ଡିସ୍‌ କହିଛନ୍ତି। ସୂଚନାଯୋଗ୍ୟ ଯେ ଓ୍ଵାର୍ନର ଏବଂ କ୍ୟାଣ୍ଡିସଙ୍କର ଇଭି ମେ (୩ ବର୍ଷ) ଏବଂ ଇଣ୍ଡି ରେ (୨ ବର୍ଷ) ନାମକ ଦୁଇଟି ସନ୍ତାନ ଅଛନ୍ତି। ସେ ପୁନର୍ବାର ଗର୍ବବତୀ ହୋଇଥିବା କଥା କ୍ୟାଣ୍ଡିସ୍‌ କେପ୍‌ଟାଉନରେ ହିଁ ଜାଣିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe