ୱର୍ଣ୍ଣଙ୍କ ମୃତ୍ୟୁ ନାହିଁ, ସେ ଅମର: ଲି’

Advertisment
ୱର୍ଣ୍ଣଙ୍କ ମୃତ୍ୟୁ ନାହିଁ, ସେ ଅମର: ଲି’

Sydney Morning Herald

ସିଡ୍‌ନି: ଅଷ୍ଟ୍ରେଲୀୟ ସ୍ପିନ୍ କିଂବଦନ୍ତି ସେନ୍ ୱର୍ଣ୍ଣଙ୍କର ଥା‌ଇଲାଣ୍ଡର ଏକ ବିଳାଶପୂର୍ଣ୍ଣ ରିସୋର୍ଟରେ ଅଚାନକ ମୃତ୍ୟୁ ହୋଇସାରିଥିଲେ ମଧ୍ୟ ତାଙ୍କ ପୁରୁଣା ସାଥୀ ତଥା ପୂର୍ବତନ ଦୁର୍ଦ୍ଦର୍ଷ ଦ୍ରୁତ ବୋଲର ବ୍ରେଟ୍ ଲି’ ଏହି ଖବରକୁ ଏବେ ବି ବିଶ୍ବାସ କରି ପାନରୁନାହାନ୍ତି। ୱର୍ଣ୍ଣଙ୍କ ଅକାଳ ବିୟୋଗରେ ଅତ୍ୟନ୍ତ ମର୍ମାହତ ଲି’ କିଭଳି ଏବଂ କେଉଁ ଢଙ୍ଗରେ ଏହି ଦୁଃଖଦ ଖବର ପାଇଥିଲେ ସେ ବିଷୟ ବର୍ଣ୍ଣନା କରି କାନ୍ଦି ପକାଇଥିଲେ। ସେ କହିଥିଲେ ଯେ ପିତାଙ୍କ ଘରେ ଥିଲା ବେଳେ ଇଂଲଣ୍ଡର ପୂର୍ବତନ ସ୍ପିନର ଗ୍ରେମ୍ ସ୍ବାନ୍ ରାତି ଦେଢ଼ଟାରେ ମେସେଜ୍ କରି ମୋତେ ଏହି ବିଷୟ ଜଣାଇଥିଲେ। ସ୍ବାନ୍ ଲେଖିଥିଲେ, ୱର୍ଣ୍ଣଙ୍କୁ ନେଇ ପାଇଥିବା ଖବରକୁ ବିଶ୍ବାସ କରିପାରୁନି। ମୁଁ ଭାବିଥିଲି ଏବେ ପୁଣି ୱର୍ଣ୍ଣ କ’ଣ କଲେ? ତେବେ ତୁରନ୍ତ ଗୁଗଲ କରିବା ପରେ ସେ ଆଉ ନାହାନ୍ତି ବୋଲି ଜାଣିବାକୁ ପାଇଲି। କଣ ହେଲା, କେମିତି ହେଲା‌ ସେ କଥା ଭାବି ମୁଁ ଓ ମୋ ପିତା ସ୍ତବ୍ଧ ଓ ହତବାକ୍ ହୋଇଯାଇଥିଲୁ। ହେଲେ ମୋ ପିତା ତୁରନ୍ତ କହିଥିଲେ ୱର୍ଣ୍ଣ କେବେ ବି ମରି ପାରିବେନାହିଁ। ସୂର୍ଯ୍ୟ ଚନ୍ଦ୍ର ଥିଲା ଯାଏ ପ୍ରତ୍ୟେକ କ୍ରିକେଟ୍‌ପ୍ରେମୀଙ୍କ ହୃଦୟରେ ବଞ୍ଚି ରହିବେ ସେ। ମୁଁ ମଧ୍ୟ ଏକଥାକୁ ହୃଦୟଙ୍ଗମ କରିଛି। ୱର୍ଣ୍ଣ ଅମର, ସେ ଆମକୁ ଛାଡ଼ି ଯାଇପାରିବେନି‌ ବୋଲି ଭାବୁଛି।

ସେପଟେ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ମାଇକେଲ୍ କ୍ଲାର୍କ ଆପଣାର ବନ୍ଧୁ ୱର୍ଣ୍ଣଙ୍କ ସହ କରିଥିବା ‌ଶେଷ କଥାବାର୍ତ୍ତାର ବିସ୍ତୃତ ବିବରଣୀ ଦେଇଛନ୍ତି। ସେ କହିଛନ୍ତି ଯେ ଥାଇଲାଣ୍ଡ ପାଇଁ ବିମାନ ଧରିବାର ଦୁଇ ଦିନ ପୂର୍ବରୁ ମୁଁ ୱର୍ଣ୍ଣଙ୍କ ସହ କଥା ହୋଇଥିଲି। ସେତେବେଳେ ସେ ବହୁତ ଖୁସି ଥିଲେ। ଆମେ ଫିଟନେସ୍ ବିଷୟରେ କିଛି ସମୟ କଥା ‌ହୋଇଥିଲୁ। ଆମେ ଅବଶ୍ୟ ଏହି ବିଷୟରେ ନିୟମିତ କଥା ହେଉ। ଶ୍ରୀଲଙ୍କା ଟ୍ବେଣ୍ଟି-୨୦ ଶୃଙ୍ଖଳା ବେଳେ ମୁଁ ତାଙ୍କୁ ଭେଟିଥିଲି। ୱର୍ଣ୍ଣ ଥାଇଲାଣ୍ଡରୁ ଫେରିବା ପରେ ମୁଁ ତାଙ୍କ ଘରକୁ ଯିବାର ‌ଯୋଜନା କରିଥିଲୁ। ସେ ଏକ ନୂଆ କାର୍ କିଣିଥିଲେ ଏବଂ ମୁଁ ବି ଦାମୀ କାର୍‌କୁ ବହୁତ ଭଲ ପାଏ। ହେଲେ ଏହା ପୂର୍ବରୁ ତାଙ୍କ ମୃତ୍ୟୁ ଖବର ପାଇବା ମୋତେ ପୂରା ଦୋହଲାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe