ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବି ୱାର୍ନର ବଲ୍‌ ବିକୃତ କରୁଥିଲେ: କୁକ୍‌

Advertisment
ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବି ୱାର୍ନର ବଲ୍‌ ବିକୃତ କରୁଥିଲେ: କୁକ୍‌

ଲଣ୍ଡନ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ୱାର୍ନର ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବଲ୍‌ ବିକୃତ କରୁଥିଲେ ବୋଲି ଗତ ୫ ତାରିଖରେ ପ୍ରକାଶିତ ‘ଦି ଅଟୋବାଇଓଗ୍ରାଫି’ ନାମକ ନିଜ ଆତ୍ମଜୀବନୀ ପୁସ୍ତକରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଅଲିଷ୍ଟର କୁକ୍‌ ପ୍ରକାଶ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌‌ ଖେଳିଲା ବେଳେ ବଲ୍‌ ବିକୃତ କରିବା ଲାଗି ୱାର୍ନର ନିଜ ହାତ ପଟିରେ କିଛି କଠିନ ପଦାର୍ଥ ରଖିଥାନ୍ତି। ଏକଥା ସେ ‌ମୋତେ ଥରେ କହିଥିଲେ ବୋଲି କୁକ୍ ଲେଖିଛନ୍ତି।

ଅଷ୍ଟ୍ରେଲିଆ କ୍ରିକେଟ୍‌ ପରମ୍ପରାରେ ରହିଛି ‘ଯେମିତି ହେଲେ ବିଜୟ ଦରକାର’। ପ୍ରଶଂସକମାନେ ଏହା ମଧ୍ୟ ଚାହାନ୍ତି। ଫଳରେ ଜିତିବା ପାଇଁ ଅଷ୍ଟ୍ରେଲିଆ ଖେଳାଳିମାନେ ସବୁ ଖରାପ କାମକୁ ଅପଣେଇ ନିଅନ୍ତି ବୋଲି ଇଂଲଣ୍ଡ ପାଇଁ ୧୬୧ ଟେଷ୍ଟ୍‌ ଖେଳି ୩୩ ଶତକ ସହ ୪୬.୯୫ ହାରରେ ୧୨୪୭୨ ରନ୍‌ କରିଥିବା କୁକ୍‌ କହିଛନ୍ତି। ତାଙ୍କ ପୁସ୍ତକର ସର୍ବକାଳୀନ ଶ୍ରେଷ୍ଠ ୩ ବ୍ୟାଟ୍ସମ୍ୟାନ ତାଲିକାରେ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ସ୍ଥାନ ମିଳିନି। କିନ୍ତୁ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନାମକୁ ବିଚାରକୁ ନେଇଛନ୍ତି। କୁକ୍‌ଙ୍କ ଶ୍ରେଷ୍ଠ ୩ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ରହିଛନ୍ତି ବ୍ରାଏନ ଲାରା, ରିକି ପଣ୍ଟିଂ ଏବଂ ଜ୍ୟ‌ାକ୍ କାଲିସ୍‌। ସୂଚନାଯୋଗ୍ୟ ଯେ ମାର୍ଚ ୨୦୧୮ କେପ୍‌ ଟାଉନ୍‌ ଟେଷ୍ଟ୍‌ରେ ୱାର୍ନର ଓ ସ୍ମିଥ୍‌ ବଲ୍‌ ବିକୃତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୋଟିଏ ବର୍ଷ ବାସନ୍ଦ ହୋଇଥିଲେ। ବାସନ୍ଦାଦେଶ ପରେ ଉଭୟ ବିଶ୍ବକପ୍‌ ପୂର୍ବରୁ ଦଳରେ ସ୍ଥାନ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe