ରାଜସ୍ଥାନ ରୟାଲ୍ସ ପାଇଁ ୱର୍ନ ମାଲାମାଲ୍‌ : ପାଇବେ ୫୫ କୋଟି ୫୬ ଲକ୍ଷ ଟଙ୍କା

ରାଜସ୍ଥାନ ରୟାଲ୍ସ ପାଇଁ ୱର୍ନ ମାଲାମାଲ୍‌ : ପାଇବେ ୫୫ କୋଟି ୫୬ ଲକ୍ଷ ଟଙ୍କା

ମେଲ୍‌ବର୍ଣ୍ଣ: ଆଇପିଏଲ୍‌ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ପ‌ାଇଁ ଅଷ୍ଟ୍ରେଲୀୟ କିଂବଦନ୍ତି ସ୍ପିନର ସେନ୍‌ ୱର୍ନ ମାଲାମାଲ୍‌ ହେବାକୁ ଯାଉଛନ୍ତି। ୱର୍ନ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବାପରେ ୨୦୦୮ରେ ଆଇପିଏଲ୍‌ର ଉଦ୍‌ଘାଟନୀ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଦଳର ଦାୟିତ୍ବ ଦେଇଥିଲା। ଦଳର ସେ ଅଧିନାୟକ ଓ ପ୍ରଶିକ୍ଷକ ସାଙ୍ଗକୁ ଦୂତ ରହିଥିଲେ। ତାଙ୍କ ନାମରେ ଫ୍ରାଞ୍ଚାଇଜ୍‌ର ୦.୭୫ ପ୍ରତିଶତ ଅଂଶଧନ ଥିବାରୁ ସେ ବର୍ଷକୁ ୬, ୫୭, ୦୦୦ ଡଲାର (ପ୍ରାୟ ୪,୬୮,୫୦,୦୦୦ ଟଙ୍କା) ପାଉଥିଲେ। ଏହି ଅଂଶ ୱର୍ନଙ୍କୁ ଏବେ ଅଧିକରୁ ଅଧିକ ଲାଭବାନ କରିବାକୁ ଯାଉଛି।

publive-image

ସଂପ୍ରତି ରାଜସ୍ଥାନ ରୟାଲ୍ସର ମୂଲ୍ୟ ୨୦ କୋଟି ଡଲାର (ପ୍ର‌ାୟ ୧୪୨୬ କୋଟି ଟଙ୍କା) ଥିଲାବେଳେ ଆଗାମୀ ଦୁଇ ବର୍ଷରେ ଏହାର ମୂଲ୍ୟ ୨ ଗୁଣ ବଢ଼ି ୪୦ କୋଟି ଡଲାର (୨୮୫୨ କୋଟି ଟଙ୍କା)ରେ ପହଞ୍ଚିବ ବୋଲି ୱର୍ନ ଆଶା ରଖିଛନ୍ତି। ଏହି ଅନୁଯାୟୀ ମୁଁ ଏହାର ୩ ପ୍ରତିଶତ ହିସାବରେ ୧.୨ କୋଟି ଡଲାର ବା ଭାରତୀୟ ମୁଦ୍ରାରେ ୫୫ କୋଟି ୫୬ ଲକ୍ଷ ଟଙ୍କା ପାଇବି ବୋଲି ‌ୱର୍ନ କହିଛନ୍ତି।

ସୂଚନାଯୋଗ୍ୟ, ୱର୍ନଙ୍କ ନେତୃତ୍ବରେ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ର ଉଦ୍‌ଘାଟନୀ ସଂସ୍କରଣରେ ଟ୍ରଫି ଜିତିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe