ଭାରତୀୟ ଅଫ୍ ସ୍ପିନର ଆର ଅଶ୍ବିନ୍ ଟେଷ୍ଟ୍ କ୍ରିକେଟ୍ରେ ଦଶମ ଥର ପାଇଁ ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର କରିଥିଲେ। ଶନିବାର ସିଡ୍ନି ଟେଷ୍ଟ୍ର ଦ୍ବିତୀୟ ପାଳିର ଦଶମ ଓଭରରେ ଅଶ୍ବିନ ଏହି ସଫଳତା ଲାଭ କରିଥିଲେ। ଟେଷ୍ଟ୍ କ୍ରିକେଟ୍ରେ ଅଶ୍ବିନ୍ଙ୍କ ସର୍ବାଧିକ ଥର ଶିକାର ତାଲିକାରେ ୱାର୍ଣ୍ଣର ଏବେ ଶୀର୍ଷ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲେଷ୍ଟର କୁକ୍ଙ୍କୁ ଅଶ୍ବିନ୍ ଟେଷ୍ଟ୍ କ୍ରିକେଟ୍ରେ ୯ ଥର ଏବଂ ବେନ୍ ଷ୍ଟୋକ୍ସଙ୍କୁ ୭ ଥର ଆଉଟ୍ କରିଛନ୍ତି। ଅଶ୍ବିନଙ୍କଠାରୁ କେବଳ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ବିସ୍ଫୋରକ ୱାର୍ଣ୍ଣରଙ୍କୁ ଅଧିକ ଥର ଆଉଟ୍ କରିଛନ୍ତି। ୱାର୍ଣ୍ଣରଙ୍କୁ ୧୨ ଥର ଆଉଟ୍ କରିଛନ୍ତି ସେ। ଅଶ୍ବିନ୍ ଆଜି ୱାର୍ଣ୍ଣରଙ୍କ ବହୁମୂଲ୍ୟ ୱିକେଟ୍ ରିଭ୍ୟୁ କରି ପାଇଥିଲେ।
ୱାର୍ଣ୍ଣରଙ୍କୁ ଦଶମ ଥର ଆଉଟ୍ କଲେ ଅଶ୍ବିନ୍
Advertisment
Follow Us