କୋହଲିଙ୍କ ପ୍ରେମରେ ୱାର୍ନରଙ୍କ ଝିଅ

Advertisment
କୋହଲିଙ୍କ ପ୍ରେମରେ ୱାର୍ନରଙ୍କ ଝିଅ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ଗତ ଜନ୍ମଦିନ ଅବସରରେ କିନ୍ତୁ କୋହଲିଙ୍କର କିଛି ନୂଆ ପ୍ରଶଂସକଙ୍କ ସନ୍ଧାନ ମିଳିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‌ ଡେଭିଡ୍‌ ୱାର୍ନରଙ୍କ ଝିଅମାନେ। ୱାର୍ନରଙ୍କ ୪ ବର୍ଷର ମଝିଆ ଝିଅ ଇଣ୍ଡି ରାଇ ବିରାଟ କୋହଲିଙ୍କ ଭଳି ହେବାକୁ ଚାହାନ୍ତି। ଏକଥା ନିଜେ ପ୍ରକାଶ କରିଛନ୍ତି ୱାର୍ନରଙ୍କ ପତ୍ନୀ କ୍ୟାଣ୍ଡିସ୍। ସେ ଛାଡ଼ିଥିବା ଏକ ଭିଡିଓରେ ଘର ପରିସରରେ ଡାଡିଙ୍କ ବଲ୍‌କୁ ଖେଳିବା ପରେ ବ୍ୟାଟ ଟେକି ରାଇ କହୁଛି ‘ମୁଁ ବିରାଟ କୋହଲି’। କ୍ୟାଣ୍ଡିସ୍ ପ୍ରକାଶ କରିଛନ୍ତି, ‘ଏହି କୁନି ଝିଅ ଭାରତରେ ବହୁ ସମୟ କଟାଇଛନ୍ତି ଏବଂ ବିରାଟ କୋହଲି ହେବାକୁ ଚାହାନ୍ତି’। ୱାର୍ନର ଓ କ୍ୟାଣ୍ଡିସଙ୍କ ଔରସରୁ ୩ କନ୍ୟା ସନ୍ତାନ ଜନ୍ମ ନେଇଛନ୍ତି। ଘର ପରିସରରେ ଏମାନେ କ୍ରିକେଟ୍‌ ଖେଳିବା ବେଳେ କେତେବେଳେ ଡାଡିଙ୍କ ଭଳି ତ କେତେବେଳେ ଫିଞ୍ଚ୍‌ (ଆରୋନ୍ ଫିଞ୍ଚ୍‌)ଙ୍କ ଭଳି ହେବାକୁ ଚାହାନ୍ତି। ‘ମଝିଆ ଝିଅ କିନ୍ତୁ ବିରାଟ କୋହଲିଙ୍କ ଭଳି ହେବାକୁ ଚାହାନ୍ତି। ମୁଁ ଏହା ମଜାରେ କହୁନାହିଁ,‌ ସେ ବିରାଟଙ୍କ ବଡ଼ ପ୍ରଶଂସକ’ ବୋଲି କ୍ୟାଣ୍ଡିସ୍ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe