ୱର୍ନଙ୍କ ପରାମର୍ଶ: ଟ୍ବେଣ୍ଟି-୨୦ରେ ୪ ବୋଲରଙ୍କୁ ୫ ଓଭର ବୋଲିଂ ମିଳୁ

Advertisment
ୱର୍ନଙ୍କ ପରାମର୍ଶ: ଟ୍ବେଣ୍ଟି-୨୦ରେ ୪ ବୋଲରଙ୍କୁ ୫ ଓଭର ବୋଲିଂ ମିଳୁ

Navbharat Times

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ କ୍ରିକେଟରେ ବ୍ୟାଟ୍‌ ଓ ବଲ୍‌ ମଧ୍ୟରେ ରହୁଥିବା ଅସମାନତାକୁ ଦୂର କରିବା ପାଇଁ ଆହ୍ବାନ କରିଛନ୍ତି ଅଷ୍ଟ୍ରେଲିଆର କିଂବଦନ୍ତି ସ୍ପିନର ସେନ୍‌ ୱର୍ନ। ଏଥିଲାଗି ସେ ଏକ ନିଆରା ପରାମର୍ଶ ଦେଇଛନ୍ତି। ଯେହେତୁ ଏହି ଧରଣର କ୍ରିକେଟ୍‌ରେ ବ୍ୟାଟ୍ସମ୍ୟାନଙ୍କ ସପକ୍ଷରେ ଅଧିକାଂଶ ଫଳାଫଳ ରହୁଛି, ତେଣୁ ମ୍ୟାଚ୍‌ରେ ୪ଜଣ ବୋଲରଙ୍କୁ ୫ ଓଭର ଲେଖାଏଁ ବୋଲିଂ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ବ୍ୟାଟ୍‌ ଓ ବଲ୍‌ ଭିତରେ ଭଲ ପ୍ରତିଦ୍ବନ୍ଦ୍ବିତା ହୋଇପାରିବ ବୋଲି ସେ ଅନୁମାନ କରିଛନ୍ତି। ବ୍ୟାଟ୍ସମ୍ୟାନଙ୍କ ପକ୍ଷରେ ସବୁକିଛି ଯାଉଥିବାରୁ ପ୍ରତିପକ୍ଷ ଦଳର ଅଧିନାୟକ ତାଙ୍କର ଶ୍ରେଷ୍ଠ ବୋଲରଙ୍କଠୁ ଆଉ କିଛି ଭଲ ବଲ୍‌ର ଆଶା ରଖିପାରିବ ବୋଲି ସେ କହିଛନ୍ତି।

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ର ଧାରାବିବରଣୀ ଦେଉଥିବା ବେଳେ ୱର୍ନ ଏହି ପରାମର୍ଶ ଦେଇଛନ୍ତି। ତାଙ୍କ ଅନୁଯାୟୀ ଯେତେବେଳେ ଦଳରେ ଦୁଇରୁ ଅଧିକ ଆକ୍ରମଣାତ୍ମକ ବୋଲର ଅଛନ୍ତି, ସେତେବେଳେ ସେଠାରେ ସେମାନଙ୍କଠୁ ଆଉ ଗୋଟିଏ ଓଭର ଲେଖାଏଁ ବୋଲିଂ କରାଇବାକୁ ମନ ହେବ। କିନ୍ତୁ ବର୍ତ୍ତମାନର ନିୟମ ଅନୁଯାୟୀ, ଏକ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଜଣେ ବୋଲର ସର୍ବାଧିକ ୪ ଓଭର ବୋଲିଂ କରିପାରିବ। ହେଲେ ଏହି ଲ‌େଢ଼େଇକୁ ଆଉ ପାଦେ ଆଗକୁ ନେବା ପାଇଁ ‌ପ୍ରତ୍ୟେକ ବୋଲରଙ୍କୁ ଆଉ ଗୋଟିଏ ଓଭର ଦିଆଗଲେ ମ୍ୟାଚ୍‌ର ରୋମାଞ୍ଚ ବୃଦ୍ଧି ପାଇବ ବୋଲି ୱର୍ଣ୍ଣ ଅନୁମାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe