Washington Sundar ruled out of T20 series Photograph: (sambad.in)
ମୁମ୍ବାଇ: ଭାରତୀୟ ଦଳର ଅଭିଜ୍ଞ ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦର ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି। ଆଗକୁ ବିଶ୍ବକପ୍ ଥିବାବେଳେ ଏହା ଦଳ ପାଇଁ ଏକ ଝଟକା ସଦୃଶ ହୋଇଛି। କାରଣ ତାଙ୍କ ଉପସ୍ଥିତି ଦଳକୁ ଏକ ସନ୍ତୁଳନ ପ୍ରଦାନ କରୁଥିଲା।
ବାମ ପଟ ପେଟରେ ଯନ୍ତ୍ରଣା ହେବାରୁ ସେ ପଡ଼ିଆ ଛାଡ଼ିଥିଲେ
ଜାନୁଆରି ୧୧ ତାରିଖରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସୁନ୍ଦର ୫ ଓଭର ବୋଲିଂ କରି ୨୭ ରନ ଦେଇଥିଲେ। ଏହା ପରେ ତାଙ୍କ ବାମ ପଟ ପେଟରେ ଯନ୍ତ୍ରଣା ହେବାରୁ ସେ ପଡ଼ିଆ ଛାଡ଼ିଥିଲେ। ତେବେ ଯନ୍ତ୍ରଣା ସତ୍ତ୍ବେ ସେ ଭାରତ ପକ୍ଷରୁ ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଆହତ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ବିସିସିଆଇର ଏକ ଡାକ୍ତରୀ ଦଳ ନଜର ରଖିଛନ୍ତି। ତେବେ ରିପୋର୍ଟ ଅନୁସାରେ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ସିରିଜ ପୂର୍ବରୁ ସେ ଆରୋଗ୍ୟ ହେବାର ସମ୍ଭାବନା କମ ରହିଛି। ଦଳରୁ ସୁନ୍ଦର ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ଆୟୁଷ ବଦୋନିଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ତାଙ୍କୁ ସାମିଲ କରାଯିବାକୁ ନେଇ କେତେକ ମହଲରେ ପ୍ରଶ୍ନ ଉଠାଯାଇଥିଲା।
ଆହୁରି ପଢ଼ନ୍ତୁ: Iran imposes martial law: ଇରାନରେ ସାମରିକ ଆଇନ ଲାଗୁ : ଦେଖିଲା ମାତ୍ରେ ଗୁଳି କରିବାକୁ ଆଦେଶ
Follow Us