ପରାଜୟ ପରେ ଟିମ ଇଣ୍ଡିଆରେ ପରିବର୍ତ୍ତନ, ଫେରିଲେ ଓ୍ବାସିଂଟନ ସୁନ୍ଦର

ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ କେତେକ ପରିବର୍ତ୍ତନ କରାଯାଇଛି।  ମିଳିଥିବା ସୂଚନା ଅନୁଯାୟୀ, ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି ।

sunder

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ୮ ୱିକେଟରେ ଲଜ୍ଜାଜନକଭାବେ ପରାସ୍ତ ହୋଇଛି । ଏହି ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ କେତେକ ପରିବର୍ତ୍ତନ କରାଯାଇଛି।  ମିଳିଥିବା ସୂଚନା ଅନୁଯାୟୀ, ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ପରାଜୟର କିଛି ସମୟ ପରେ ଓ୍ବାସିଂଟନ ସୁନ୍ଦର ଟିମ୍ ଇଣ୍ଡିଆରେ ଯୋଗ ଦେଇଥିବା ନେଇ ସୂଚନା ମିଳିଥିଛି। ତେବେ ସୁନ୍ଦରଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରିବା ନେଇ ବିସିସିଆଇ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ।

ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ପରାଜୟର କିଛି ସମୟ ପରେ ଓ୍ବାସିଂଟନ ସୁନ୍ଦର ଟିମ୍ ଇଣ୍ଡିଆରେ ଯୋଗ ଦେଇଥିବା ନେଇ ସୂଚନା ମିଳିଥିଛି। ତେବେ ସୁନ୍ଦରଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରିବା ନେଇ ବିସିସିଆଇ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ।

୨୦୨୧ ମାର୍ଚ୍ଚରେ ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ପକ୍ଷରୁ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଓ୍ଵାଶିଂଟନ ସୁନ୍ଦର। ବର୍ତ୍ତମାନ ସୁଦ୍ଧା ସେ ଭାରତ ପାଇଁ ୪ଟି ଟେଷ୍ଟ ଖେଳିସାରିଛନ୍ତି। ଏହି ମ୍ୟାଚ୍ ଗୁଡ଼ିକରେ ବ୍ୟାଟିଂ ବେଳେ ସେ ୬୬.୨୫ ହାରାହାରିରେ ୨୬୫ ରନ୍ କରିଛନ୍ତି, ଯେଉଁଥିରେ ୩ଟି ଅର୍ଦ୍ଧଶତକ ରହିଛି। ଟେଷ୍ଟରେ ତାଙ୍କର ସର୍ବୋଚ୍ଚ ସ୍କୋର ହେଉଛି ୯୬*। ଏହାବ୍ୟତୀତ ବୋଲିଂର ୭ଟି ଇନିଂସରେ ସେ ୪୯.୮୩ ହାରରେ ୬ଟି ୱିକେଟ୍ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe