ୱାଟସନ୍‌ଙ୍କ ଅବସର ଘୋଷଣା

Advertisment
ୱାଟସନ୍‌ଙ୍କ ଅବସର ଘୋଷଣା

ଚେନ୍ନାଇ: ରବିବାର କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷରେ ବିଜୟ ପରେ ଚେନ୍ନାଇ ସୁପର୍ କିଙ୍ଗ୍ସର ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍‌ ସେନ୍‌ ୱାଟସନ୍‌ ଅବସର ଘୋଷଣା କରିଛନ୍ତି। ‘ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ନେଉଛି’ ବୋଲି ଲେଖି ୱାଟସନ୍‌ ସିଏସ୍‌କେ ସାଥୀ ଖେଳାଳିମାନଙ୍କୁ ଜଣାଇ ଦେଇଛନ୍ତି। ୨୦୧୮ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ଖେଳିବାକୁ ଯୁକ୍ତି‌ବଦ୍ଧ ହେବା ମାତ୍ରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ୨୦୧୮ ମସିହା ଫାଇନାଲରେ ଶତକ ହାସଲ କରି ଚେନ୍ନାଇକୁ ମଧ୍ୟ ତୃତୀୟ ଆଇପିଏଲ୍‌ ଟାଇଟଲ୍ ବିଜେତା କରାଇଥିଲେ। ୨୦୧୯ ଫାଇନାଲରେ ଚମତ୍କାର ଖେଳିଥିଲେ ମଧ୍ୟ ତାଙ୍କ ଦଳ ମାତ୍ର ଗୋଟିଏ ରନ୍‌ ପଛରେ ରହିଯାଇଥିଲା। ରବିବାର ରାତିରେ ସାଥି ଖେଳାଳିଙ୍କୁ ଅବସର ବିଷୟ କହିବା ଅବସରରେ ୩୯ ବର୍ଷୀୟ ୱାଟସନ୍‌ ଭାବବିହ୍ବଳ ହୋଇପଡ଼ିଥିଲେ।

ଏଭଳି ଏକ ଫ୍ରାଞ୍ଚାଇଜ୍ ପାଇଁ ଖେଳିଥିବାରୁ ନିଜକୁ ଭାଗ୍ୟବାନ ବିବେଚିତ କରିଥିଲେ। ଆଇପିଏଲ୍‌ରେ ମୋଟ ୧୪୫ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ୱାଟସନ୍ ସିଏସ୍‌କେ ପାଇଁ ୪୩ ମ୍ୟାଚ୍‌ରେ ପ୍ରତିନିଧିତ୍ବ କରିଥିଲେ। ଚେନ୍ନାଇ ସହ ଚୁକ୍ତିବଦ୍ଧ ହେବା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ପାଇଁ ଅବଶିଷ୍ଟ ମ୍ୟାଚ୍‌ ଖେଳିଥିଲେ। ଅଷ୍ଟ୍ରେଲିଆ ପାଇଁ ସେ ୫୯ ଟେଷ୍ଟ୍‌, ୧୯୦ ଦିନିକିଆ ଓ ୫୮ ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ସହ ବଂଧୁତା ଦୃଷ୍ଟିରୁ ‌ୱାଟସନ୍‌ ମଧ୍ୟ ଆସନ୍ତା ବର୍ଷରୁ ଚେନ୍ନାଇ ସୁପର୍ କିଙ୍ଗ୍ସର ସପୋର୍ଟ ଷ୍ଟାଫ୍‌ ଭାବେ ସାମିଲ ହେବାର ସମ୍ଭାବନା ରହିଛି। କାରଣ ୨୦୨୧ରୁ ଚେନ୍ନାଇ ନିଶ୍ଚିତ ଦଳ ପୁନଃର୍ଗଠନ ପ୍ରକ୍ରିୟା ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe