ବିଶ୍ୱକପ୍‌: ପାକିସ୍ତାନକୁ ୨୩୮ରନ୍‌ ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ, ସାହିନ ଆଫ୍ରିଦୀଙ୍କୁ ୩ ଓ୍ଵିକେଟ୍‌

Advertisment

ପାକିସ୍ତାନର ଘାତକ ବୋଲିଂକୁ ମୁକାବିଲା କଲେ ନୀଶମ-ଗ୍ରାଣ୍ଡହୋମ୍‌

ପାକିସ୍ତାନର ଘାତକ ବୋଲିଂକୁ ମୁକାବିଲା କଲେ ନୀଶମ-ଗ୍ରାଣ୍ଡହୋମ୍‌

ବିଶ୍ୱକପ୍‌: ପାକିସ୍ତାନକୁ ୨୩୮ରନ୍‌ ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ, ସାହିନ ଆଫ୍ରିଦୀଙ୍କୁ ୩ ଓ୍ଵିକେଟ୍‌

Zee News

ବର୍ମିଂହାମ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ ୨୦୧୯ରେ ବୁଧବାର ପାକିସ୍ତାନ ଘାତକ ବୋଲିଂ କରିଛନ୍ତି। ଏହା ସତ୍ତ୍ୱେ ବି ନ୍ୟୁଜିଲାଣ୍ଡର ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ ଜେମସ୍‌ ନୀଶମ (୯୭ ରନ୍‌, ୧୧୨ ବଲ, ୫ ଚୌକା, ୩ ଛକା) ଓ କୋଲିନ ଡି ଗ୍ରାଣ୍ଡହୋମ୍‌ ଦଳର ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଂଚାଇଛନ୍ତି। ନୀଶମ ଓ ଗ୍ରାଣ୍ଡହୋମ୍‌ ଶତକୀୟ (୧୩୨ ରନ୍‌) ଭାଗିଦାରୀ ହୋଇପାରିଛନ୍ତି। ନ୍ୟୁଜିଲାଣ୍ଡ ଏକଦା ୪୬ ରନ୍‌ ମଧ୍ୟରେ ୪ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ହରାଇଥିଲା। ବିଶ୍ୱକପ୍‌ର ୩୩ତମ ମ୍ୟାଚ୍‌ ବର୍ମିଂହାମ୍‌ସ୍ଥିତ ଆଜେବେଷ୍ଟନ ଷ୍ଟାଡିୟମ୍‌ରେ ଜାରି ଥିବା ବେଳେ ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୩୭ ରନ୍‌ କରିଛି। ଫଳରେ ପାକିସ୍ତାନକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୩୮ ରନ୍‌ ଟାର୍ଗେଟ ମିଳିଛି।

publive-image Hindustan Times

ଓପନର ମାର୍ଟିନ ଗୁପଟିଲ (୫ ରନ୍‌) ଓ କୋଲିନ ମୁନ୍‌ରୋ (୧୨ ରନ୍‌) କରି ପାଭଲିଅନ୍‌ ଫେରିଥିଲେ। ସେହିପରି ମଧ୍ୟ କ୍ରମର ବ୍ୟାଟସ୍‌ମ୍ୟାନ୍‌ ରସ ଟେଲର (୩ ରନ୍‌) ଓ ଟମ ଲାଥମ (୧ ରନ୍‌) ମଧ୍ୟ ତିଷ୍ଟି ପାରି ନଥିଲେ। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ଧୈର୍ଯ୍ୟତାର ସହିତ ବ୍ୟାଟିଂ କରିଥିଲେ। ସେ ୬୯ଟି ବଲ ଖେଳି ୪୧ ରନ୍‌ କରିଥିଲେ। ଏଥିରେ ମାତ୍ର ୪ଟି ଚୌକା ସାମିଲ ଥିଲା। ନ୍ୟୁଜିଲାଣ୍ଡର ଇନିଂସରେ ଛକା ବିରଳ ଥିଲା। ୩୨.୩ ଓଭରରେ ଜେମସ୍‌ ନୀଶମ ପ୍ରଥମ ଛକା ମାରିଥିଲେ।

publive-image Cricbuzz

ନ୍ୟୁଜିଲାଣ୍ଡ ସ୍କୋର ୫ ରନରେ ଗୁପଟିଲଙ୍କୁ ହରାଇଥିଲା। ସ୍କୋର ୨୪ ରନ୍‌ରେ କୋଲିନ୍‌ ମୁନରୋ, ୩୮ ରନ୍‌ରେ ରସ ଟେଲର, ୪୬ ରନ୍‌ରେ ଟମ୍‌ ଲାଥମ, ୮୩ ରନ୍‌ରେ ଅଧିନାୟକ ଓ୍ଵିଲିୟମସନ୍‌ ଆଉଟ୍‌ ହୋଇଥିଲେ। ନ୍ୟୁଜିଲାଣ୍ଡ ୬ଷ୍ଠ ଓ୍ଵିକେଟ ଭାବେ ଗ୍ରାଣ୍ଡହୋମ୍‌ (୬୪ ରନ, ୭୧ ବଲ, ୬ ଚୌକା, ୧ ଛକା)ଙ୍କୁ ହରାଇଥିଲା। ମିଚେଲ ସଣ୍ଟନର ୫ଟି ବଲ ଖେଳି ଅପରାଜିତ ୫ ରନ୍‌ କରିଥିଲେ। ସାହିନ ଆଫ୍ରିଦୀ ୧୦ ଓଭର ବୋଲିଂ କରି ୨୮ ରନ୍‌ ଦେଇଥିଲେ ଓ ୩ ଜଣଙ୍କୁ ଆଉଟ୍‌ କରିଥିଲେ। ମହମ୍ମଦ ଅମୀର ଓ ସାଦବ ଖାନଙ୍କୁ ୧-୧ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe