Hindustan Times
ଲଣ୍ଡନ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ରବିବାର ପାକିସ୍ତାନ ବିସ୍ଫୋରକ ବ୍ୟାଟିଂ କରିଛି। ଲଣ୍ଡନର ଲଡର୍ସରେ ଟସ୍ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକାର ସବୁ ବୋଲରଙ୍କୁ ପାକିସ୍ତାନୀ ବ୍ୟାଟସ୍ମ୍ୟାନ୍ ଚ୍ୟାଲେଞ୍ଜ କରିଛନ୍ତି। ପୂରା ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୩୦୮ ରନ୍ କରିଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକାକୁ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ) ବିଶ୍ୱକପ୍ ୨୦୧୯ର ୩୦ତମ ମ୍ୟାଚ୍ରେ ୩୦୯ ରନ୍ ଟାର୍ଗେଟ ମିଳିଛି।
ପାକିସ୍ତାନର ହରିସ ସୋହିଲ ସର୍ବାଧିକ ୮୯ ରନ କରିଥିଲେ। ଏତଦ ବ୍ୟତୀତ ବାବର ଆଜମ ୬୯ ରନ୍ କରିଥିବା ବେଳେ ମହମ୍ମଦ ହଫୀଜ ୨୦ ରନ ଓ ଇମାଦ ଓ୍ଵାସିମ ୨୩ ରନ ଦଳ ପାଇଁ ଯୋଡିଥିଲେ। ସେହିପରି ଓପନର ଇମାମ ଉଲ ହକ୍ ଓ ଫାକର ଜମାନ ୪୪-୪୪ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାର ଲୁଙ୍ଗି ଏନ୍ଗିଡ଼ିଙ୍କୁ ୩ଟି ଓ୍ଵିକେଟ୍ ମିଳିଥିବା ବେଳେ ଇମରାନ୍ ତାହିରଙ୍କୁ ୨ ଓ୍ଵିକେଟ ଓ ଆଣ୍ଡିଲେ ଫେଲୁକାଓଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।
Follow Us