ବିଶ୍ୱକପ୍‌: ବାଂଲାଦେଶକୁ ୩୧୫ ରନ୍‌ ଟାର୍ଗେଟ ଦେଲା ପାକିସ୍ତାନ, ଇମାମ୍‌ଙ୍କ ଶତକ, ମୁସ୍ତାଫିଜୁରଙ୍କୁ ୫ ଓ୍ଵିକେଟ୍‌

Advertisment
ସାୱାର ତଳେ ଘଣ୍ଟା‌ଏ କାନ୍ଦିଥିଲେ ଇମାମ୍‌

Hindustan Times

ଲଣ୍ଡନ: ଇମାମ୍‌ ଉଲ୍‌ ହକ୍‌ଙ୍କ ଶତକ (୧୦୦ ରନ୍‌, ୧୦୦ ବଲ, ୭ ଚୌକା) ଓ ବାବର ଆଜମ (୯୭ ରନ୍‌, ୯୮ ବଲ, ୧୧ ଚୌକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ଶୁକ୍ରବାର ୯ଟି ଓ୍ଵିକେଟ୍‌ ହରାଇ ୩୧୫ ରନ୍‌ କରିଛି। ଫଳରେ ବାଂଲାଦେଶକୁ ୩୧୬ ରନ୍‌ ଟାର୍ଗେଟ ମିଳିଛି। ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରହମାନ୍‌ ୧୦ ଓଭର ବୋଲିଂ କରି ୭୫ ରନ୍‌ ଦେଇଥିବା ବେଳେ ୫ଟି ଓ୍ଵିକେଟ୍‌ ନେଇଥିଲେ। ମହମ୍ମଦ ସଫିଉଦ୍ଦିନଙ୍କୁ ୩ ଓ୍ଵିକେଟ୍‌ ଓ ମେହନ୍ଦୀ ହାସନଙ୍କୁ ଗୋଟିଏ ଓ୍ଵିକେଟ ମିଳିିଥିଲା।

ଲଣ୍ଡନର ଲିଡସ୍‌ ଷ୍ଟାଡିୟମରେ ଆଇସିସି ବିଶ୍ୱକପ୍‌ର ୪୩ତମ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ଓପନ୍‌ର ଫାକର ଜମାନ୍‌ (୧୩ ରନ୍‌) ଅଧିକ ସମୟ କ୍ରିଜ୍‌ରେ ରହିପାରି ନଥିଲେ। ପାକିସ୍ତାନର ସ୍କୋର ୨୩ ରନ୍‌ ଥିବା ବେଳେ ମହମ୍ମଦ ସଫିଉଦ୍ଦିନଙ୍କ ବଲ ମେହେନ୍ଦୀ ହାସନଙ୍କୁ କ୍ୟାଚ୍‌ ଦେଇ ଜମାନ ଆଉଟ୍‌ ହୋଇଥିଲେ।

publive-image Cricbuzz

ଇମାଦ୍‌ ଓ୍ଵାସିମ୍‌ ୨୬ଟି ବଲ ଖେଳି ୪୩ ରନ୍‌ କରିଥିଲେ। ସେ ୬ଟି ଚୌକା ଓ ଗୋଟିଏ ଛକା ମାରିବା ପରେ ମୁସ୍ତାଫିଜୁରଙ୍କ ବଲ ମହମ୍ମଦୁଲ୍ଲାଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଥିଲେ। ମହମ୍ମଦ ହଫୀଜ ୨୭ ରନ୍‌ ଟିମ୍‌ ପାଇଁ ଯୋଡ଼ିଥିଲେ। ସେ ୨୫ଟି ବଲ ଖେଳି ୩ଟି ଚୌକା ମାରିଥିଲେ।

ପାକିସ୍ତାନ ୨ୟ ଓ୍ଵିକେଟରେ ଭଲ ସ୍କୋର କରିଥିଲା। ସ୍କୋର ୧୮୦ ରନ୍‌ରେ ବାବର ଜମାନଙ୍କୁ ହରାଇଥିଲା। ଇମାମ୍‌ ଉଲ୍‌ ହକ୍‌ ଆଉଟ୍‌ ହେବା ବେଳକୁ ସ୍କୋର ୨୪୬ ରନ୍‌ରେ ପହଂଚି ସାରିଥିଲା। ଟିମ୍‌ ୨୪୮ ରନ୍‌ରେ ମହମ୍ମଦ ହଫୀଜ, ୨୫୫ ରନ୍‌ରେ ହରିସ୍‌ ସୋହିଲ, ୨୮୮ ରନ୍‌ରେ ବହାବ ରିୟାଜ, ୨୮୯ ରନ୍‌ରେ ସହଦାବ୍‌, ୩୧୪ ରନ୍‌ରେ ଇମାଦ୍‌ ଓ୍ଵାସିମ୍‌ ଓ ମହମ୍ମଦ ଅମୀର ଆଉଟ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe