ବିଶ୍ୱକପ୍‌: ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍‌ ଜିଣି ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି, ସ୍କୋର ୬୪/୩

Advertisment
ବିଶ୍ୱକପ୍‌: ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍‌ ଜିଣି ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି, ସ୍କୋର ୬୪/୩

Hindustan Times

ଲଣ୍ଡନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୩୭ତମ ମ୍ୟାଚ୍‌ରେ ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ବ୍ୟାଟିଂ ଜାରି ରଖିଛି। ଲଣ୍ଡନର ଲଡର୍ସରେ ଓପନର ଡେଭିଡ ଓ୍ଵାର୍ଣ୍ଣର ଓ ଆରୋନ ଫିଞ୍ଚ ପ୍ରଥମ ୨ ଓଭରରୁ କୌଣସି ରନ୍‌ ସଂଗ୍ରହ କରି ନଥିଲେ। ସେମାନେ ତୃତୀୟ ଓଭରରୁ ୮ ରନ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଅଷ୍ଟ୍ରେଲିଆ ୧୬ ଓଭରରେ ୩ଟି ଓ୍ଵିକେଟ ହରାଇ ୬୪ ରନ୍‌ କରିଛି। ମାର୍କସ ଷ୍ଟୋଇନିସ୍‌ ଓ ଉସମାନ ଖଓ୍ଵାଜା କ୍ରିଜରେ ଅଛନ୍ତି।

ଚଳିତ ବିଶ୍ୱକପରେ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ୭ଟି ଲେଖାଏଁ ମ୍ୟାଚ୍‌ ଖେଳି ସାରିଛନ୍ତି। ଆଜିର ମ୍ୟାଚ୍‌କୁ ବାଦ୍‌ ଦେଲେ ଉଭୟ ଟିମ୍‌ ଆହୁରି ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। ଅଷ୍ଟ୍ରେଲିଆ ୭ଟି ମ୍ୟାଚ୍‌ରୁ ୬ଟିରେ ବିଜୟ ହାସଲ କରି ୧୨ ପଏଣ୍ଟ ପାଇ ଅଙ୍କ ତାଲିକାର ଶୀର୍ଷରେ ଅଛି। କଙ୍ଗାରୁ ଟିମ୍‌ ଭାରତ ଠାରୁ ଏହି ବିଶ୍ୱକପରେ ପରାସ୍ତ ହୋଇଛି।

ନ୍ୟୁଜିଲାଣ୍ଡ ଟିମ୍‌ ୫ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଭାରତ ବିପକ୍ଷରେ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ୧୧ ପଏଣ୍ଟ ପାଇ ତାଲିକାର ୩ୟ ସ୍ଥାନରେ ଥିବା ଟିମ୍‌ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe