ବିଶ୍ୱକପ୍‌: ବେୟାରଷ୍ଟୋଙ୍କ ଶତକ, ଇଂଲଣ୍ଡର ବ୍ୟାଟିଂ ଜାରି, ସ୍କୋର ୨୪୫/୩

Advertisment
ବିଶ୍ୱକପ୍‌: ବେୟାରଷ୍ଟୋଙ୍କ ଶତକ, ଇଂଲଣ୍ଡର ବ୍ୟାଟିଂ ଜାରି, ସ୍କୋର ୨୪୫/୩

Hindustan Times

ବର୍ମିଂହାମ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୩୮ତମ ମ୍ୟାଚରେ ରବିବାର ଇଂଲଣ୍ଡର ଓପନର ଦ୍ୱୟ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ବେନ୍‌ ଷ୍ଟୋକସ୍‌ ଓ ଜୋଏ ରୁଟ କ୍ରିଜ୍‌ରେ ଅଛନ୍ତି। ଟିମ୍‌ର ସ୍କୋର ୪୦ ଓଭରରେ ୩ ଓ୍ଵିକେଟ ବିନିମୟରେ ୨୪୫ ରନ୍‌ରେ ପହଂଚିଛି।

ରନ୍‌ ପାଇଁ ଭୋକିଲା ଥିବା ଇଂଲଣ୍ଡର ଓପନର ଜନି ବେୟାରଷ୍ଟୋ (୧୧୧ ରନ୍‌, ୧୦୯ ବଲ, ୧୦ ଚୌକା, ୬ଛକା) ୯୦ଟି ବଲ ଖେଳି ଶତକ ହାସଲ କରିଥିଲେ। ସେ ମହମ୍ମଦ ସାମିଙ୍କ ବଲ ଋଷଭ ପନ୍ତଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଥିଲେ। ଟିମ୍‌ର ଅନ୍ୟତମ ଓପନର ଜସନ ରାୟ ଆଉଟ୍‌ ହେବା ପୂର୍ବରୁ ୬୬ ରନ୍‌ କରିଛନ୍ତି। ସେ ୫୭ଟି ବଲ ଖେଳି ସେ ୭ ଟି ଚୌକା ଓ ୨ଟି ଛକା ମାରିଛନ୍ତି। କୁଲଦୀପ ଯାଦବଙ୍କ ବଲରେ ଜସନ ରୟ ଆଉଟ୍‌ ହୋଇଥିଲେ। ଅଧିନାୟକ ଇଅନ ମୋର୍ଗାନ (୧ ରନ୍‌)ଙ୍କୁ କେଦାର ଯାଦବଙ୍କ ହାତରେ ସାମି କ୍ୟାଚ୍‌ କରାଇଥିଲେ। ଇଂଲଣ୍ଡ ୧୬୦ ରନ୍‌ରେ ଜସନ ରଏ, ୨୦୫ ରନ୍‌ରେ ବେୟାରଷ୍ଟୋ ଓ ୨୦୭ ରନ୍‌ରେ ମୋର୍ଗାନଙ୍କୁ ହରାଇଥିଲା।

publive-image Hindustan Times

ବର୍ମିଂହାମ୍‌ର ଆଜବେଷ୍ଟନ ଷ୍ଟାଡିୟମ୍‌ରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବୋଲିଂ କରୁଛି। ଆଜିର ମ୍ୟାଚ ଭାରତ ଅପେକ୍ଷା ଇଂଲଣ୍ଡ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଇଂଲଣ୍ଡ ଏହି ମ୍ୟାଚ୍‌ ଜିତିବା ସହ ଜୁଲାଇ ୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ଜିତିଲେ ସେମିଫାଇନାଲ ମ୍ୟାଚ୍‌ ଖେଳିପାରିବାର ଆଶା ରଖିପାରିବ। ଅନ୍ୟପକ୍ଷରେ ଆଜିର ମ୍ୟାଚ୍‌ ରେ ଯଦି ଭାରତ ହାରିଯାଏ, ପରବର୍ତ୍ତୀ ୨ଟି ମ୍ୟାଚରୁ ଅତିକମ୍‌ରେ ଗୋଟିଏରେ ଜିତିଲେ ସେମିଫାଇନାଲ ସ୍ଥାନ ସୁନିଶ୍ଚିତ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe