ବିଶ୍ୱକପ୍‌: କୋହଲି-ରୋହିତଙ୍କ ଅର୍ଦ୍ଧଶତକ, ଟିମ୍‌ ଇଣ୍ଡିଆର ବ୍ୟାଟିଂ ଜାରି

Advertisment
ବିଶ୍ୱକପ୍‌: କୋହଲି-ରୋହିତଙ୍କ ଅର୍ଦ୍ଧଶତକ, ଟିମ୍‌ ଇଣ୍ଡିଆର ବ୍ୟାଟିଂ ଜାରି

ବର୍ମିିଂହାମ: ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (୬୬) ଓ ଓପରନ ରୋହିତ ଶର୍ମା (୭୭) ରବିବାର ଅର୍ଦ୍ଧଶତକ ମାରିଛନ୍ତି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୩୮ତମ ମ୍ୟାଚରେ ଭାରତ ୩୩୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଛି। ଅଧିନାୟକ ଋଷଭ ପନ୍ତ ଓ ରୋହିତ ଶର୍ମା କ୍ରିଜ୍‌ରେ ଅଛନ୍ତି।

ଇନିଂସ ଆରମ୍ଭରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଥିଲା। ଟିମ୍‌ ୮ ରନ୍‌ରେ ଲୋକେଶ ରାହୁଲ (୦ରନ୍‌)ଙ୍କୁ ହରାଇଥିଲା। କ୍ରିସ୍‌ ଓ୍ଵକସ୍‌ଙ୍କ ବଲରେ ରାହୁଲ ଆଉଟ ହୋଇଥିଲେ। ପ୍ରଥମ ଇନିଂସରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୩୩୭ ରନ୍‌ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ୫ଟି ଓ୍ଵିକେଟ୍‌ ନେଇଥିଲେ। ସେ ୧୦ ଓଭର ବୋଲିଂ କରି ୬୯ ରନ୍‌ ଦେଇଥିଲେ। କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe