ବିଶ୍ୱକପ: ଅଭ୍ୟାସ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଜାରି, ସ୍କୋର ୮୧/୬

Advertisment
ବିଶ୍ୱକପ: ଅଭ୍ୟାସ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଜାରି, ସ୍କୋର ୮୧/୬

Hindustan Times

ନୂଆଦିଲ୍ଳୀ: ଟିମ୍‌ ଇଣ୍ଡିଆ ଅନ୍ତର୍ଜାତୀୟ କିକେଟ୍‌ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ପୂର୍ବରୁ ଶନିବାର ପ୍ରଥମ ଅଭ୍ୟାସ ମ୍ୟାଚ ଖେଳୁଛି। ବିଶ୍ୱକପ୍‌ ଆରମ୍ଭରେ ଜୁନ୍‌ ୫ରେ ପ୍ରଥମ ମ୍ୟାଚ୍‌ ଖେଳିବା ପୂର୍ବରୁ ଶନିବାର ଓ୍ଵାର୍ମ-ଅପ୍‌ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିଛି। ଭାରତୀୟ ଅଧିନାୟକ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଇପାରିବ ଯେ, ଭାରତ ବିଶ୍ୱକପ୍‌ରେ ନିଜର ଅଭିଯାନ ଔପଚାରିକ ଭାବେ ଆରମ୍ଭ କରିଛି। ଭାରତ ସ୍କୋର ୮୧ ରନ୍‌ରେ ୬ଟି ଓ୍ଵିକେଟ ହରାଇ ସାରିଛି।

ଅଭ୍ୟାସ ମ୍ୟାଚରେ ଭାରତର ବ୍ୟାଟିଂ ପ୍ରଦର୍ଶନ ବହୁତ ଖରାପ ଦେଖିବାକୁ ମିଳିଛି। ସ୍କୋର ୩୯ ରନ୍‌ ବେଳକୁ ଭାରତ ୪ଟି ମୂଲ୍ୟବାନ ଓ୍ଵିକେଟ ହରାଇ ସାରି ଥିଲା। ଭାରତ ସ୍କୋର ୩ ରନ୍‌ରେ ରୋହିତ ଶର୍ମାଙ୍କୁ ପ୍ରଥମ ଓ୍ଵିକେଟ୍‌ ଭାବେ ହରାଇଥିଲା। ସ୍କୋର ୧୦ ରନ୍‌ ବେଳକୁ ଶିଖର ଧାଓ୍ଵନ୍‌ ଆଉଟ ହୋଇ ପାଭଲିଅନ୍‌ ଫେରିଥିଲେ। ସେହିପରି ୨୪ ରନ୍‌ରେ ୩ୟ (ଲୋକେଶ ରାହୁଲ), ୩୯ ରନ୍‌ରେ ୪ର୍ଥ ଓ୍ଵିକେଟ (ବିରାଟ କୋହଲି) ହରାଇଥିଲା। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୫ମ ଓ୍ଵିକେଟରେ ସ୍କୋରକୁ ୭୭ ରନ୍‌ରେ ପହଂଚାଇଥିଲେ। ପାଣ୍ଡ୍ୟା ମଧ୍ୟ ଅଧିକ ସମୟ କ୍ରିଜ୍‌ରେ ରହିପାରି ନଥିଲେ। ସେ ୩୭ଟି ବଲ ଖେଳି ୩୦ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ମଧ୍ୟ ସାମିଲ ଥିଲା।

ଉଭୟ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନ ୨-୨ ରନ୍‌ କରିଥିଲେ। ସେମାନେ ଟ୍ରେଣ୍ଟ ବୋଲଟଙ୍କ ଦ୍ୱାରା ଶିକାର ହୋଇଥିଲେ। ଅଧିନାୟକ ବିରାଟ କୋହଲି ୧୮ ରନ୍‌ କରି ଗ୍ରାଣ୍ଡହୋମଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। ସେହିପରି ଲୋକେଶ ରାହୁଲ ୬ ରନ୍‌ କରି ବୋଲଟ୍‌ଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ଭାରତ ୧୯.୧ ଓଭର ବେଳକୁ ୫ଟି ଓ୍ଵିକେଟ ହରାଇ ସାରିଥିବା ବେଳେ ୧୯.୪ ଓଭରରେ ଦିନେଶ କାର୍ତ୍ତିକ ୩ଟି ବଲ ଖେଳି ୪ ରନ୍‌ କରି ଆଉଟ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe