Cricbuzz
ଲଣ୍ଡନ: ଯଶପ୍ରୀତ ବୁମରାଙ୍କ ୩ ଓ୍ଵିକେଟ (୧୦ ଓଭର, ୧ ମେଡେନ, ୬୧ ରନ), ଭୁବନେଶ୍ୱର କୁମାରଙ୍କ ୩ ଓ୍ଵିକେଟ (୧୦ ଓଭର, ୫୦ ରନ) ଓ ଶିଖର ଧାଓ୍ଵନଙ୍କ ଶତକ (୧୧୭ ରନ୍, ୧୦୯ ବଲ, ୧୬ ଚୌକା) ବଳରେ ଭାରତ ରବିବାର ଅଷ୍ଟ୍ରେଲିଆକୁ ୩୬ ରନ୍ରେ ପରାସ୍ତ କରିଛି। ଲଣ୍ଡନର ଓଭାଲ ଷ୍ଟାଡିୟମ୍ରେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୩୫୩ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୧୦ ଓ୍ଵିକେଟ ହରାଇ ୩୧୬ ରନ୍ କରିଥିଲା। ୟୁଜବେନ୍ଦ୍ର ଚହଲ ୨ ଓ୍ଵିକେଟ୍ ନେଇଥିଲେ।
ଟିମ୍ ୧୩.୧ ଓଭରରେ ସ୍କୋର ୬୧ ରନ୍ରେ ଆରୋନ୍ ଫିଞ୍ଚଙ୍କୁ ହରାଇଥିଲା। ସ୍କୋର ୧୩୩ ରନ୍ରେ ଡାଭିଡ ଓ୍ଵାର୍ଣ୍ଣର ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ୨୦୨ ରନ୍ରେ ୩ୟ ଓ୍ଵିକେଟ୍ ଭାବେ ଉସମାନ୍, ୨୩୮ ରନ୍ରେ ୪ର୍ଥ ଓ୍ଵିକେଟ୍ ଭାବେ ସ୍ମିଥ, ୨୩୮ ରନ୍ରେ ୫ମ ଓ୍ଵିକେଟ ଭାବେ ଷ୍ଟୋଇନିସ, ୨୪୪ ରନ୍ରେ ୬ଷ୍ଠ ଓ୍ଵିକେଟ ଭାବେ ମେକ୍ସେଓ୍ଵଲ ଓ ୨୮୩ ରନ୍ରେ ୭ମ ଓ୍ଵିକେଟ୍ ଭାବେ ନାଥାନ କଲଟର ନାଇଲଙ୍କୁ ହରାଇଥିଲା।
/sambad/media/post_attachments/wp-content/uploads/2019/06/Aus-1-300x168.jpg)
ଅଷ୍ଟ୍ରେଲିଆ ସ୍କୋରବୋର୍ଡ
ଡାଭିଡ ଓ୍ଵାର୍ଣ୍ଣର: କ-ଭୁବନେଶ୍ୱର-ବୋ-ଚହଲ, ୫୬ ରନ୍, ୮୪ ବଲ, ୫ ଚୌକା
ଆରୋନ ଫିଞ୍ଚ: ରନଆଉଟ(କେଦାର-ହାର୍ଦ୍ଦିକ), ୩୬ ରନ୍, ୩୫ ବଲ, ୩ ଚୌକା, ୧ ଛକା
ଷ୍ଟିଭେନ ସ୍ମିଥ: ଏଲବିଡବ୍ଲୁ-ବୋ-ଭୁବନେଶ୍ୱର, ୬୯ ରନ, ୭୦ ବଲ, ୫ ଚୌକା, ୧ ଛକା
ଉସ୍ମାନ ଖଓ୍ଵାଜା: ବୋ-ବୁମରା, ୪୨ ରନ୍, ୩୯ ବଲ, ୪ ଚୌକା, ୧ ଛକା
ଗ୍ଲେନ ମେକ୍ସେଓ୍ଵଲ: କ-ଜଦେଜା-ବୋ-ଚହଲ, ୨୮ ରନ, ୧୪ ବଲ, ୫ ଚୌକା
ମାର୍କସ ଷ୍ଟୋଇନିସ: ବୋ-ଭୁବନେଶ୍ୱର, ୦ ରନ, ୨ ବଲ
ଆଲେକ୍ସ କ୍ୟାରି: ଅପରାଜିତ ୫୫ ରନ୍, ୩୫ ବଲ, ୫ ଚୌକା, ୧ ଛକା
ନାଥାନ କଲଟର ନାଇଲ: କ-କୋହଲି-ବୋ-ବୁମରା, ୪ ରନ, ୯ ବଲ
ପେଟ କମିନସ୍: କ-ଧୋନି-ବୋ-ବୁମରା, ୮ ରନ, ୭ ବଲ, ୧ ଚୌକା
ମିଚେଲ ଷ୍ଟାକର୍ସ: ରନ୍ ଆଉଟ୍ (ଶଙ୍କର,ଭୁବି), ୩ ରନ, ୩ ବଲ
ଆଦାମ ଜାମ୍ପା: କ-ଜାଦେଜା-ବୋ-ଭୁବି, ୧ ରନ୍, ୩ ବଲ
ଅତିରିକ୍ତ: ୧୪ ରନ୍ (ବାଏ ୩, ଏଲବି ୩, ଓ୍ଵାଇଡ ୭, ନୋ ୧)
ମୋଟ୍: ୩୧୬ ରନ୍ (୧୦ ଓ୍ଵିକେଟ, ୫୦ ଓଭର)
ପ୍ରଥମ ଇନିଂସରେ ଶିଖର ଧାଓ୍ଵନଙ୍କ ଶତକ (୧୧୭ ରନ୍, ୧୦୯ ବଲ, ୧୬ ଚୌକା), ରୋହିତ ଶର୍ମା(୫୭ ରନ, ୭୦ ବଲ, ୩ ଚୌକା, ୧ ଛକା) ଓ ବିରାଟ କୋହଲି (୮୨ ରନ୍, ୭୭ ବଲ୍, ୪ ଚୌକା, ୨ ଛକା)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୩୫୨ ରନ୍ କରିଥିଲା। ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଭାରତୀୟ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ୍ ହରାଇ ୩୫୨ ରନ୍ କରିଥିଲା।
/sambad/media/post_attachments/wp-content/uploads/2019/06/Dhawan2-Zee-News-300x171.jpg) Zee News
 Zee Newsଆରମ୍ଭରୁ ଆଜି ଭାରତୀୟ ଓପରନ ଶିଖର ଧାଓ୍ଵନ ଓ ରୋହିତ ଶର୍ମା ମନ୍ଥର ଗତିରେ ଖେଳିଥିଲେ। ଭାରତର ସ୍କୋର ୧୦ ଓଭରରେ ୪୧ ରନ୍ ହୋଇଥିଲା। ୨୦ ଓଭର ବେଳକୁ ସ୍କୋର ୧୧୧ ରନ୍ରେ ପହଂଚିଥିବା ବେଳେ ୩୦ ଓଭରରେ ଭାରତ ରୋହିତ ଶର୍ମାକୁ ହରାଇ ୧୭୦ ରନ୍ ସଂଗ୍ରହ କରିଥିଲା। ସ୍କୋର ୨୩୬ ରନ୍ ବେଳକୁ ଭାରତ ୪୦ ଓଭରରେ ୨ଟି ଓ୍ଵିକେଟ ହରାଇ ଥିଲା।
ଭାରତ ପ୍ରଥମ ଓ୍ଵିକେଟରେ ୧୨୭ ରନ୍ ଯୋଡ଼ିଥିବା ବେଳେ ୨୨.୩ ଓଭରରେ ରୋହିତ କଲଟର ନାଇଲଙ୍କ ବଲ ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଦ୍ୱିତୀୟ ଓ୍ଵିକେଟରେ କୋହଲି ଏବଂ ଧାଓ୍ଵନ ୯୩ ରନ୍ ଯୋଡ଼ିଥିଲେ। ଧାଓ୍ଵନ ଆଉଟ ହେବା ପରେ କୋହଲି ଓ ପାଣ୍ଡ୍ୟା ୩ୟ ଓ୍ଵିକେଟରେ ୮୧ ରନ୍ ସଂଗ୍ରହ କରିଥିଲେ। ୪୫.୫ ଓଭରରେ ଭାରତର ସ୍କୋର ୩୦୧ ରନ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହେବା ପରେ ମହେନ୍ଦ୍ର ସିଂହ ଧୋନି ପଡ଼ିଆକୁ ପ୍ରବେଶ କରିଥିଲେ।
ଭାରତ ସ୍କୋରବୋର୍ଡ
ରୋହିତ ଶର୍ମା: କ-ଆଲେକ୍ସ କ୍ୟାରି-ବୋ-ନାଇଲ, ୫୭ ରନ୍, ୭୦ ବଲ, ୩ ଚୌକା, ୧ ଛକା
ଶିଖର ଧାଓ୍ଵନ: କ-ଲାୟନ-ବୋ-ଷ୍ଟାକର୍ସ, ୧୧୭ ରନ୍, ୧୦୯ ବଲ, ୧୬ ଚୌକା
ବିରାଟ କୋହଲି: କ-କମିଂନସ୍-ବୋ-ଷ୍ଟୋଇନିସ୍ ,୮୨ ରନ୍, ୭୬ ବଲ, ୪ ଚୌକା, ୨ ଛକା
ହାର୍ଦ୍ଦିକ ପାଣ୍ଡ୍ୟା: କ-ଫିଞ୍ଚ-ବୋ-ପେଟ କମିଂନ୍ସ୍, ୪୮ ରନ୍, ୨୭ ବଲ, ୪ ଚୌକା, ୩ ଛକା
ମହେନ୍ଦ୍ର ସିଂହ ଧୋନି: କ-ବୋ-ଷ୍ଟୋଇନିସ୍, ୨୭ ରନ, ୩ ଚୌକା, ୧ ଛକା
ଲୋକେଶ ରାହୁଲ: ଅପରାଜିତ ୧୧ ରନ୍, ୩ ବଲ
କେଦାର ଯାଦବ: ଅପରାଜିତ, ୦ ରନ୍, ୦ ବଲ୍ 
ଅତିରିକ୍ତ: ୧୦ ରନ୍ (ଲେଗବାଏ ୩, ଓ୍ଵାଇଡ ୭)
ମୋଟ: ୩୫୨ ରନ୍ (୫ଓ୍ଵିକେଟ୍, ୫୦ ଓଭର)
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/06/Team-India1.jpg)